କମିଲା ସୁନା ଦର୍‌। ମଧ୍ୟପ୍ରାଚ୍ୟରେ ଜାରି ଉତ୍ତେଜନା ମଧ୍ୟରେ ହଠାତ୍ ସୁନା ଦରରେ ପରିବର୍ତ୍ତନ ଘଟିଛି । ନିଜର ସର୍ବୋଚ୍ଚ ସ୍ତରରୁ ସୁନା ଓ ରୁପା ଦର ଯଥେଷ୍ଟ ତଳକୁ ଖସି ଆସିଛି।

ଆଜି ଦିନକରେ ୨୨ କ୍ୟାରେଟ୍‌ କମିଲା ସାଢ଼େ ୬ ହଜାର । କାଲି ୨୨ କ୍ୟାରେଟ୍‌ ୧୦ ଗ୍ରାମ୍‌କୁ ଥିଲା ୧ ଲକ୍ଷ ୪୪ ହଜାର ୩ ଶହ ଟଙ୍କା ଥିବା ବେଳେ ଆଜି ସାଢ଼େ ୬ ହଜାର କମି ୧ ଲକ୍ଷ ୩୭ ହଜାର ୭୫୦କୁ ହୋଇଛି । ଏହା ସହ ଆଜି ୨୪ କ୍ୟାରେଟ୍‌ ସୁନା ଦର୍‌ ମଧ୍ୟ ୭ ହଜାର ୧୪୦ ଟଙ୍କା କମିଲା। ୧ ଲକ୍ଷ ୫୭ ହଜାର ୪୨୦ରୁ ୧ ଲକ୍ଷ ୫୦ ହଜାର ୨୮୦କୁ କମିଲା ।

ସେହିପରି ରୂପା ମୂଲ୍ୟ ଆହୁରି ଦ୍ରୁତ ଗତିରେ ହ୍ରାସ ପାଇଛି, ରୂପା ପ୍ରତି କିଲୋଗ୍ରାମ ପିଛା ୨୫,୫୦୦ ଟଙ୍କା ହ୍ରାସ ପାଇ ୨,୨୨,୨୩୪ ଟଙ୍କାରେ ପହଁଚିଛି ।

Leave a Reply

Your email address will not be published. Required fields are marked *