Eid ul Fitr 2026 is expected to be celebrated in Odisha on SaturdayPlease contact your Local office representative for all commercial uses: World rights fees Mandatory Credit: Photo by Md Rafayat Haque Khan/Eyepix Gr/Shutterstock (13883805d) 22 April 2023. Sylhet-Bangladesh: Muslims attend to perform Eid-ul-Fitr prayers at Shahi Eidgah in Sylhet, Bangladesh. In the prayer of Eid prayers, prayers are prayed for the welfare, happiness, peace and prosperity of the entire Muslim Ummah including the peace of the country and the nation. On 22 April 2023 in Sylhet, Bangladesh (Photo by Md Rafayat Haque Khan/ Eyepix Group) Muslims During Eid-ul-Fitr prayers, Sylhet, Bangladesh - 21 Apr 2023
ଆସନ୍ତା ଶନିବାର ଦିନ ସମଗ୍ର ରାଜ୍ୟରେ ଇଦ୍‌ ଉଲ ଫିତର ଉତ୍ସବ ପାଳନ ହେବ । ଆଜି ରାଜ୍ୟର କୌଣସି ସ୍ଥାନରେ ଚନ୍ଦ୍ର ଦେଖାନଯିବା ଯୋଗୁଁ ଏହି ନିଷ୍ପତ୍ତି ନିଆଯାଇଛି ବୋଲି ଅଞ୍ଜୁମାନ ଇସଲାମିଆ ଅହଲେ ସୁନ୍ନତ ଅଲ୍ ଜମାତ୍ ଚାନ୍ଦ କମିଟି ସୂଚନା ଦେଇଛି । ଆସନ୍ତାକାଲି ପବିତ୍ର ରମଜାନ୍ ମାସର ଶେଷ ଦିନ ବୋଲି ଘୋଷଣା କରାଯାଇଛି ।
 
ମୁସଲମାନ ସଂପ୍ରଦାୟର ଭାଇ ଭଉଣୀମାନେ ମାସ ତମାମ ରୋଜା ବା ଉପବାସ କରିଥିଲେ । ଆସନ୍ତାକାଲି ସନ୍ଧ୍ୟାରେ ଚାନ୍ଦ ଦେଖି ଏହି ଉପବାସ ଶେଷ କରିବେ । ଆଜି ଓଡ଼ିଶାର କିଛି ପ୍ରାନ୍ତରେ ମେଘୁଆ ପାଗ ଯୋଗୁ ଚନ୍ଦ୍ର ଦେଖାଯାଇ ନାହିଁ ।
 
ଇଦ୍-ଉଲ୍-ଫିତର ପର୍ବ ମୁସଲମାନ ସମ୍ପ୍ରଦାୟର ଏକ ପବିତ୍ର ପର୍ବ । ଏହି ଦିନ ମୁସଲମାନମାନେ ଆଲ୍ଲାଙ୍କୁ କୃତଜ୍ଞତା ଜ୍ଞାପନ କରନ୍ତି ଏବଂ ନିଜର ଉପବାସ ଭଙ୍ଗ କରନ୍ତି ।

By Nirvay

Leave a Reply

Your email address will not be published. Required fields are marked *