୭ ଦଫା ଦାବି ସହିତ ୩ ମାସର ଦରମା ମିଳି ନଥିବା ପ୍ରତିବାଦରେ ରାଜଧାନୀ ରାଜରାସ୍ତାରେ ହଜାର ହଜାର ପାଚିକା ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ବିଧାନସଭା ସମ୍ମୁଖରେ ମହିଳାମାନେ ଅହୋରାତ୍ର ଧାରଣାରେ ବସିଛନ୍ତି । ନିଖିଳ ଓଡ଼ିଶା ମଧ୍ୟାହ୍ନ ଭୋଜନ ପାଚିକା ସଂଘ ପକ୍ଷରୁ ଏହି ଧାରଣା ଦିଆଯାଇଛି । ବକେୟା ଥିବା ତିନି ମାସର ଦରମା, ଦରମା ବୃଦ୍ଧି, ନିଯୁକ୍ତି ପତ୍ର ପ୍ରଦାନ, ସମାନ କାମକୁ ସମାନ ଦରମା, ଅବସର ବୟସ ସୀମା ୬୨କୁ ବୃଦ୍ଧି, ଛଟେଇ କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ପ୍ରତି ମାସର ପ୍ରଥମ ସପ୍ତାହରେ ଦରମା ପ୍ରଦାନ ଓ ବିଗତ ସରକାର ଘୋଷଣା କରିଥିବା ମୃତ୍ୟୁ କାଳୀନ ସହାୟତା ୧ ଲକ୍ଷ ଟଙ୍କା ଦେବାକୁ ଦାବି କରିଛନ୍ତି । ସନ୍ଧ୍ୟା ସୁଦ୍ଧା ସରକାର ଆଲୋଚନାକୁ ନ ଆସିଲେ ଆନ୍ଦୋଳନ କୁ ବ୍ୟାପକ କରିବାକୁ ଚେତାବନୀ ଦେଇଛି ପାଚକ ପାଚିକା ରାଜ୍ୟ ସଙ୍ଘ । ସରକାର ନୂଆ ବର୍ଷରେ ନୂଆ ଭେଟି ଦେବାକୁ ପ୍ରତିଶ୍ରୁତି ଦେଇଥିଲେ, ହେଲେ ୩ ମାସ ହେବ ଦରମା ଦେଉନାହାନ୍ତି ବୋଲି ଅଭିଯୋଗ କରିଛନ୍ତି ଆନ୍ଦୋଳନରତ ପାଚିକା । ଅନ୍ୟପଟେ; ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ ପାଚିକା ସଂଘ ସହିତ ଆଲୋଚନା କରାଯାଇଛି । ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ, ବିଧାୟକ ଇରାଶିଷ ଆଚାର୍ଯ୍ୟ ଓ ବାବୁ ସିଂ ଆନ୍ଦୋଳନକାରୀ ପାଚିକାଙ୍କୁ ଭେଟିଛନ୍ତି । ସମାନ ଦାବି ସମ୍ପର୍କରେ ଆଲୋଚନା କରିଛନ୍ତି । Post navigation Assam Polls 2026: ଆସାମ ବିଧାନସଭା ନିର୍ବାଚନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି Diamonds Found In Nuapada: ନୂଆପଡ଼ା କାଲମିଦାଦର ଠାରେ ହୀରାପଥର ଚିହ୍ନଟ: ବିଭୂତି ଭୂଷଣ ଜେନା