ଓଡ଼ିଶା ଗସ୍ତରେ ଆସି ଭୁବନେଶ୍ବରରେ ପହଞ୍ଚିଲେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ । ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ଯୋଗ ଦେବା ପାଇଁ କେନ୍ଦ୍ର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଭୁବନେଶ୍ଵର ଆସି ପହଞ୍ଚିଛନ୍ତି। ସେ ବିମାନବନ୍ଦରରେ ପହଞ୍ଚିବା ପରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ତାଙ୍କୁ ସ୍ୱାଗତ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀଙ୍କୁ ସ୍ୱାଗତ କରିବା ପାଇଁ ବିମାନବନ୍ଦର ପରିସରରେ ଭବ୍ୟ ସ୍ଵାଗତ ପ୍ରସ୍ତୁତି କରାଯାଇଥିଲା । ବିମାନ ବନ୍ଦରରେ ପହଞ୍ଚିବା ପରେ ରାଜ୍ୟ ଅତିଥି ଭବନକୁ ଗଲେ ରାଜନାଥ । ସୂଚନା ଅନୁସାରେ, ରାଜନାଥ ସିଂ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଡା. ଦେବେନ୍ଦ୍ର ପ୍ରଧାନ ଙ୍କ ପ୍ରଥମ ଶ୍ରାଦ୍ଧ ବାର୍ଷିକୀ ଅବସରରେ ଆୟୋଜିତ ସ୍ମୃତିସଭାରେ ସାମଲ ହେବା ସହ ଭୁବନେଶ୍ୱରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ଦଳୀୟ ବୈଠକରେ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଏହି ବୈଠକରେ ସେ ଦଳୀୟ ନେତା ଓ କର୍ମୀଙ୍କ ସହ ଆଗାମୀ ରଣନୀତି ଏବଂ ସାଂଗଠନିକ କାର୍ଯ୍ୟକ୍ରମ ସମ୍ପର୍କରେ ଆଲୋଚନା କରିବେ । Post navigation Soumya Ranjan Targets BJD: ବିଜେଡି ନେତୃତ୍ୱକୁ ନେଇ ଟାର୍ଗେଟ କଲେ ସୌମ୍ୟ ପଟ୍ଟନାୟକ Elephants Died In Odisha: ରାଜ୍ୟରେ ବିଗତ ୨୦ ମାସ ମଧ୍ୟରେ ମରିଛନ୍ତି ୧୫୪ ହାତୀ: ଗଣେଶ ରାମ ସିଂ ଖୁଣ୍ଟିଆ