କଂଗ୍ରେସ ଦଳରୁ ନିଲମ୍ବିତ ହୋଇଥିବା ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କ ବଦଳିବ ବିଧାନସଭା ଆସନ । ଏ ନେଇ ବାଚସ୍ପତିଙ୍କୁ ଚିଠି ଲେଖିଲେ କଂଗ୍ରେସ ବିଧାୟକ ଦଳ ନେତା ରାମଚନ୍ଦ୍ର କାଡ଼ାମ୍ ।କ୍ରସ ଭୋଟିଂ କରିଥିବା ୩ ବିଧାୟକଙ୍କ ସିଟ୍ ପରିବର୍ତ୍ତନ ପାଇଁ ଚିଠିରେ ଉଲ୍ଲେଖ କରାଯାଇଛି । ଏହା ସହ ସେମାନଙ୍କ ବିରୋଧରେ ଦଳ-ବଦଳ ବିରୋଧୀ ଆଇନ ଲାଗୁ କରାଯାଉ ବୋଲି ଚିଠିରେ ଲେଖିଛନ୍ତି ରାମଚନ୍ଦ୍ର କାଡ଼ାମ୍ । କାଡ଼ାମ ଚିଠିରେ କହିଛନ୍ତି, ଗତକାଲି ହୋଇଥିବା ରାଜ୍ୟସଭା ନିର୍ବାଚନରେ କ୍ରସ ଭୋଟିଂ କରିବା ଅଭିଯୋଗରେ ତିନି ବିଧାୟକ ସୋଫିଆ ଫିର୍ଦ୍ଦୋଶ, ରମେଶ ଜେନା ଏବଂ ଦାଶରଥୀ ଗୋମାଙ୍ଗୋଙ୍କୁ ଦଳରୁ ନିଲମ୍ବିତ କରାଯାଇଛି । ତେଣୁ ସେମାନେ ଆଉ କଂଗ୍ରେସ ଦଳର ବିଧାନସଭା ସଦସ୍ୟ ହୋଇ ନାହାଁନ୍ତି । ତେଣୁ ଗୃହରେ ସେମାନଙ୍କ ଆସନ ପରିବର୍ତ୍ତନ କରିବାକୁ କାଡ଼ାମ ଚିଠିରେ କହିଛନ୍ତି । ସୂଚନା ଯୋଗ୍ୟ; ମଙ୍ଗଳବାର ଦିନ ଓଡ଼ିଶାରେ ବିରୋଧୀ କଂଗ୍ରେସ ବିଜେପି ସମର୍ଥିତ ସ୍ୱାଧୀନ ପ୍ରାର୍ଥୀ ଦିଲୀପ ରାୟଙ୍କୁ ଭୋଟ ଦେଇ ରାଜ୍ୟସଭା ନିର୍ବାଚନରେ ବିଜୟୀ ହେବାରେ ସାହାଯ୍ୟ କରିଥିବା ପାଇଁ ତାଙ୍କର ତିନି ଜଣ ବିଧାୟକଙ୍କୁ ନିଲମ୍ବିତ କରିଛି। Post navigation SCB Fire Tragedy: ଏସସିବିରେ ଅଗ୍ନିକାଣ୍ଡ ଘଟଣା; ମୃତ୍ୟୁ ସଂଖ୍ୟା ୧୨କୁ ବୃଦ୍ଧି Rajya Sabha Cross Voting: ଗୋଟିଏ ପ୍ଲାଟଫର୍ମରେ ସାମିଲ୍ ହେବାକୁ ନିଲମ୍ବିତ ବିଧାୟକମାନଙ୍କୁ ମୋକିମ୍ଙ୍କ ଆହ୍ୱାନ