ବିଜୟ ମହାପାତ୍ରଙ୍କ ଘରେ ଦିଲ୍ଲୀପ ରାୟ । ବାସଭବନକୁ ଯାଇ ବିଜୟ ମହାପାତ୍ରଙ୍କୁ ଭେଟି ଆଲୋଚନା କଲେ ଦିଲ୍ଲୀପ ରାୟ । ପରସ୍ପରକୁ ମିଠା ଖୁଆଇ ନୂଆ ବାର୍ତ୍ତା ଦେଲେ । ରାଜ୍ୟସଭା ନିର୍ବାଚନକୁ ନେଇ ଦିଲ୍ଲୀପ ରାୟଙ୍କୁ ଜିତାଇବା ପାଇଁ ତିନି ମାସ ପୂର୍ବରୁ ରଣନୀତି ପ୍ରସ୍ତୁତ ହୋଇଥିଲା ବୋଲି ବିଜୟ ମହାପାତ୍ର କହିଛନ୍ତି । ନବୀନ ବାବୁଙ୍କ ପ୍ରତି ଲୋକଙ୍କ ଅସନ୍ତୋଷ ବଢ଼ୁଛି ତେବେ ସେ ବୁଝିପାରୁ ନାହାଁନ୍ତି ବୋଲି ମହାପାତ୍ର କହିଛନ୍ତି । ନବୀନ ବାବୁ ଆତ୍ମସମୀକ୍ଷା କରିବା ପାଇଁ ସମୟ ଆସିଛି ବୋଲି ବିଜୟ ମହାପାତ୍ର କହିଛନ୍ତି । ରାଜ୍ୟସଭା ନିର୍ବାଚନକୁ ନେଇ ଦିଲ୍ଲୀପ ରାୟ ନିଶ୍ଚିତ ଜିତିବେ ବୋଲି ବିଜୟ ମହାପାତ୍ର ଦୃଢ଼ୋକ୍ତି ପ୍ରକାଶ କରିଛନ୍ତି । ବରିଷ୍ଠ ନେତା ରବି ପାଣି ଦୁଇ ନେତା ବିଜୟ ମହାପାତ୍ର ଏବଂ ଦିଲ୍ଲୀପ ରାୟଙ୍କୁ ଭେଟିଛନ୍ତି । ବିଜୁ ବାବୁଙ୍କ ଆତ୍ମା ଶାନ୍ତି ପାଇବ ବୋଲି ସେ କହିଛନ୍ତି । କ୍ରସ ଭୋଟିଂ କରିଥିବା ବିଜେଡି ବିଧାୟକମାନେ ବିଜୁ ଲିଗାସୀକୁ ଆଗକୁ ନେବାକୁ ଦିଲ୍ଲୀପ ରାୟଙ୍କୁ ଭୋଟ୍ ଦେଇଥିବା କହିଛନ୍ତି । କଂଗ୍ରେସ ସହ ବିଜେଡିର ବୁଝାମଣାକୁ ନେଇ ଅନେକ ପ୍ରଶ୍ନ କରିଛନ୍ତି । Post navigation Rajya Sabha Election: ରାଜ୍ୟସଭା ନିର୍ବାଚନ: ୧୧ ବିଧାୟକ କ୍ରସ୍ ଭୋଟିଂ କରିଥିବା ସୂଚନା SCB Hospital Fire: SCBରେ ମୃତ୍ୟୁ ଘଟଣାରେ ମୁଖ୍ୟ ସଚିବଙ୍କୁ ରିପୋର୍ଟ ମାଗିଲେ ଜାତୀୟ ମାନବାଧିକାର କମିଶନ