ରାଜ୍ୟରେ ବଢ଼ିଲା ତାତି, ୩୯ ଡିଗ୍ରୀ ଛୁଇଁଲା ଝାରସୁଗୁଡ଼ା ତାପମାତ୍ରା । ଆଞ୍ଚଳିକ ପାଣିପାଗ କେନ୍ଦ୍ରର ସୂଚନା ଅନୁଯାୟୀ, ଝାରସୁଗୁଡ଼ା, ନୂଆପଡା ଏବଂ ଟିଟଲାଗଡ଼ର ତାପମାତ୍ରା ୩୯ ଡିଗ୍ରୀ ସହ ଉତ୍ତପ୍ତ ସହର ହୋଇଛି । ଏହା ସହ ଭବାନୀପାଟଣା, ରାଉରକେଲା ଏବଂ ସମ୍ବଲପୁର ଜିଲ୍ଲାର ତାପମାତ୍ରା ୩୮ ଡିଗ୍ରୀ ରେକର୍ଡ କରାଯାଇଛି । ନବରଙ୍ଗପୁର, ପାରଳାଖେମୁଣ୍ଡି, ନୟାଗଡ଼, ସୋନପୁର, ସୁନ୍ଦରଗଡ଼ ତାପମାତ୍ରା ୩୭ ଡିଗ୍ରୀ ରେକର୍ଡ କରାଯାଇଛି । ପାଣିପାଗ ବିଭାଗ ରିପୋର୍ଟ ଅନୁଯାୟୀ ଆଜି ରାଜ୍ୟର ସର୍ବାଧିକ ସହରରେ ତାପମାତ୍ରା ୩୫ ଡିଗ୍ରୀ ଉପରେ ରହିଥିବା ବେଳେ ଆଗାମୀ ୨୪ ଘଣ୍ଟା ମଧ୍ୟରେ ପାରଦ ଆହୁରି ୨ ରୁ ୩ ଡିଗ୍ରୀ ବଢ଼ିବାର ସମ୍ଭାବନା ରହିଛି । Post navigation Odisha Sand Export: ଆଣ୍ଡାମାନ ଯାଉଛି ଓଡିଶାର ୪ ଜିଲ୍ଲାରୁ ବାଲି: ବିଭୂତି ଜେନା