bjd-issues-whip-to-mlas-ahead-of-rajya-sabha-polls
ବିଜୁ ଜନତା ଦଳ ରାଜ୍ୟସଭା ନିର୍ବାଚନ ପୂର୍ବରୁ ସମସ୍ତ ବିଧାୟକଙ୍କୁ ହ୍ୱିପ ଜାରି କରିଛି । ବିରୋଧୀ ଦଳ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଜାରି କରିଥିବା ହ୍ୱିପ ରେ ମାର୍ଚ୍ଚ ୧୩ ତାରିଖ ରୁ ୧୬ ଯାଏ ଭୁବନେଶ୍ୱର ନ ଛାଡ଼ିବା ପାଇଁ ସମସ୍ତ ବିଧାୟକଙ୍କୁ ନିର୍ଦ୍ଦେଶ ଦିଆଯାଇଛି ।
 
ହ୍ବିପ୍‌ ଜାରି କରି ପ୍ରମିଳା ମଲ୍ଲିକ କହିଛନ୍ତି ଯେ, ମାର୍ଚ୍ଚ ୧୩ ତାରିଖରୁ ୧୬ ତାରିଖ ଯାଏ ସମସ୍ତ ବିଧାୟକ ଭୁବନେଶ୍ୱରରେ ରହି ଦଳକୁ ସହଯୋଗ କରିବେ । ହ୍ୱିପ ଅବମାନନା କରୁଥିବା ବିଧାୟକଙ୍କ ବିରୋଧରେ ଦଳ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବ ।
 
କହିରଖୁଛୁ ଯେ, ରାଜ୍ୟସଭା ନିର୍ବାଚନ ପାଇଁ ଭୋଟ୍ ଆସନ୍ତା ୧୬ ତାରିଖରେ ସକାଳ ୯ଟା ରୁ ସନ୍ଧ୍ୟା ୪ଟା ପର୍ଯ୍ୟନ୍ତ ଓଡ଼ିଶା ବିଧାନସଭା ପରିସରରେ ଅନୁଷ୍ଠିତ ହେବ ।
 

By Nirvay

Leave a Reply

Your email address will not be published. Required fields are marked *