IRCTC directs Railway Catering Units to use electric cooking methods
ଇଣ୍ଡିଆନ୍ ରେଲୱେ କ୍ୟାଟରିଂ ଏବଂ ଟୁରିଜିମ୍ କର୍ପୋରେସନ୍ (IRCTC), ରେଳ ଷ୍ଟେସନରେ କାର୍ଯ୍ୟରତ ଖାଦ୍ୟ ବିକ୍ରେତାମାନଙ୍କୁ ନିର୍ଦ୍ଦେଶ ଦେଇଛି ଯେ ଯେଉଁଠାରେ ସମ୍ଭବ ହୁଏ ସେଠାରେ ଇଣ୍ଡକ୍ସନ୍ ଚୁଲା ଏବଂ ମାଇକ୍ରୋୱେଭ୍ ଓଭନ୍ ଭଳି ବୈଦ୍ୟୁତିକ ରୋଷେଇ ପଦ୍ଧତିକୁ ବ୍ୟବହାର କରନ୍ତୁ ।
 
ଏହି ନିର୍ଦ୍ଦେଶନାମା ଅନୁଯାୟୀ, ରେଳ ନେଟୱାର୍କରେ ଫୁଡ୍ ପ୍ଲାଜା, ରିଫ୍ରେସମେଣ୍ଟ୍ ରୁମ୍ ଏବଂ ଜନ ଆହାର କେନ୍ଦ୍ରରେ କ୍ୟାଟରିଂ ୟୁନିଟ୍‌ଗୁଡ଼ିକୁ ଅନ୍ତର୍ଭୁକ୍ତ ।
 
କହିରଖୁଛୁ ଯେ, ଉପସାଗରୀୟ ଅଞ୍ଚଳ ଏବଂ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ମଧ୍ୟରେ ହର୍ମୁଜ୍ ପ୍ରଣାଳୀ ବନ୍ଦ ହେବା ଫଳରେ ତରଳୀକୃତ ପେଟ୍ରୋଲିୟମ୍ ଗ୍ୟାସ୍ ଯୋଗାଣ ପ୍ରଭାବିତ ହୋଇଛି । ଏହି ସମୟରେ, ସରକାର ଘରୋଇ ଗ୍ରାହକଙ୍କ ପାଇଁ ଏଲପିଜି ଯୋଗାଣକୁ ପ୍ରାଥମିକତା ଦେଇଛନ୍ତି ଏବଂ ତେଲ ମାର୍କେଟିଂ କମ୍ପାନୀଗୁଡ଼ିକୁ ଘରୋଇ ଚାହିଦା ପ୍ରଥମେ ପୂରଣ କରିବା ନିଶ୍ଚିତ କରିବାକୁ କହିଛନ୍ତି । ଅଧିକାରୀମାନେ ମଧ୍ୟ ଜମା ଏବଂ ଅନିୟମିତତାକୁ ରୋକିବା ପାଇଁ ବଣ୍ଟନ ଉପରେ କଡ଼ା ନଜର ରଖିଛନ୍ତି ।
 

By Nirvay

Leave a Reply

Your email address will not be published. Required fields are marked *