ମହଙ୍ଗା ପଡ଼ିଲା ଅବହେଳା । ଜଗତସିଂହପୁରରେ ଜିଲ୍ଲା ପ୍ରଶାସନ ଧାନ କ୍ରୟ କେନ୍ଦ୍ର (ମଣ୍ଡି) ରେ କାର୍ଯ୍ୟରତ ୬୯ ଜଣ ନୋଡାଲ ଅଧିକାରୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ୬୯ ମଣ୍ଡି ନୋଡାଲ ଅଫିସର୍‌ଙ୍କ ଦରମା ବନ୍ଦ କରାଯାଇଛି। ମାର୍ଚ୍ଚ ମାସ ଦରମା ବନ୍ଦ କଲେ ଜଗତସିଂହପୁର ଜିଲ୍ଲାପାଳ । ଧାନ ମଣ୍ଡିରେ ଚାଷୀ ଘଣ୍ଟା ଘଣ୍ଟା ଧରି ଅପେକ୍ଷା କରୁଥିବାବେଳେ ସେପେଟେ ଦାୟିତ୍ୱରେ ଥିବା ଅଧିକାରୀମାନେ ମନ ଇଚ୍ଛା ଛୁଟି ନେଉଥିବା କାରଣରରୁ ଅମାନିଆ ଅଧିକାରୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ୬୯ ମଣ୍ଡି କେନ୍ଦ୍ର ଦାୟିତ୍ୱରେ ଥିବା ନୋଡାଲ ଅଫିସର ମାନଙ୍କ ପରବର୍ତ୍ତୀ ଆଦେଶ ପର୍ଯ୍ୟନ୍ତ ଦରମାକୁ ବନ୍ଦ ରଖାଯିବ ବୋଲି ଚିଠି ରେ ଦର୍ଶାଯାଇଛି ।

ଗତ ଫେବ୍ରୁଆରୀ ମାସରେ ଧାନ ମଣ୍ଡିରେ ନିଯୁକ୍ତ ଥିବା ପିଇଓ, ଆରଆଇ ଏବଂ ଭିଏଲଡବ୍ଲ୍ୟୁ ଅଧିକାରୀମାନେ କାହାକୁ କିଛି ନ ଜଣାଇ ଛୁଟିରେ ରହିଛନ୍ତି । ଫେବ୍ରୁଆରୀ  ୧୨ରୁ ୨୦ ତାରିଖ ଯାଏ ଛୁଟିରେ ଥିଲେ । କାହାକୁ ନ ଜଣାଇ ଛୁଟିରେ ରହିବା ସମ୍ପୃକ୍ତ ଅଧିକାରୀଙ୍କ ବିରୁଦ୍ଧରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି । ମାର୍ଚ୍ଚ ମାସର ଦରମା ବନ୍ଦ କରିବା ସହିତ ସମସ୍ତ ଅଧିକାରୀଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛନ୍ତି ।

ବିରିଡ଼ି, କୁଜଙ୍ଗ, ତିର୍ତ୍ତୋଲ, ରଘୁନାଥପୁର, ନାଉଗାଁ, ଜଗତସିଂପୁର, ଏରସମା ଓ ବାଲିକୁଦା ସମସ୍ତ ବ୍ଲକ୍ ରେ ଥିବା ବିଭିନ୍ନ ନୋଡାଲ ଅଫିସର ଙ୍କୁ କାରଣ ଦର୍ଶାଅ ନୋଟିସ ଜାରି କରିବା ସହିତ ତିନିଦିନ ଭିତରେ ଉତ୍ତର ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି। ଆଗାମୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ଦରମା ବନ୍ଦ ରହିବ ବୋଲି ଜିଲ୍ଲାପାଳ ଚିଠିରେ ଉଲ୍ଲେଖ କରିଛନ୍ତି ।

Leave a Reply

Your email address will not be published. Required fields are marked *