Oplus_131072

ଭିଜିଲାନ୍ସ ଜାଲରେ କଟକ ଜିଲ୍ଲା କଣ୍ଟାପଡ଼ା ତହସିଲ୍‌ଦାର ।ତହସିଲ୍‌ଦାର ପ୍ରସନ୍ନ ସାମନ୍ତରାୟଙ୍କ ଘରେ ଭିଜିଲାନ୍ସ ରେଡ୍ । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୭ଟି ସ୍ଥାନରେ ଚଢ଼ାଉ କରିଛି ଭିଜିଲାନ୍ସ । କଟକ, ଭୁବନେଶ୍ୱର, ପୁରୀ ଓ କେନ୍ଦ୍ରାପଡାର ୭ଟି ସ୍ଥାନରେ ରେଡ୍ ଚାଲିଛି ।

ଭୁବନେଶ୍ବର ସହିଦନଗରରେ ରହିଛି ୩ମହଲା ବିଲ୍ଡିଂ । ଏହାସହ ଏକ ନିର୍ମାଣଧୀନ ୩ ମହଲା କୋଠା ରହିଛି । ପୈତୃକ ଘର ପୁରୀ ଜିଲ୍ଲା ଗଡିଶାଗଡ଼ ଥାନା ଦୁଛିଆରେ ରେଡ୍ କରୁଛି ଟିମ୍ । ସେପଟେ ଭୁବନେଶ୍ବର ଲକ୍ଷ୍ମୀସାଗରରେ ଜଣେ ସମ୍ପର୍କୀୟଙ୍କ ବାସସ୍ଥାନ। କଣ୍ଟାପଡ଼ାରେ ତହସିଲଦାର କାର୍ଯ୍ୟାଳୟରେ ତାଙ୍କର ସରକାରୀ ଚାମ୍ବର। କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଅନ୍ତର୍ଗତ ବଡ଼ପାଳଡିଆରେ ଆଉ ଜଣେ ସମ୍ପର୍କୀୟଙ୍କ ଘର। କଟକ ଜିଲ୍ଲାର କଣ୍ଟାପଡ଼ାରେ ତାଙ୍କର ସରକାରୀ ଆବାସିକ କ୍ୱାର୍ଟରରେ ଯାଞ୍ଚ କରୁଛି ଟିମ୍ ।

କଟକର ସ୍ୱତନ୍ତ୍ର ସତର୍କତା କୋର୍ଟ ଦ୍ୱାରା ଜାରି ହୋଇଥିବା ସର୍ଚ୍ଚ ୱାରେଣ୍ଟ ଆଧାରରେ ଏହି ଚଢାଉ କରାଯାଇଥିଲା। ଏହି ଚଢ଼ାଉରେ ଭିଜିଲାନ୍ସର ଦୁଇ ଜଣ ଅତିରିକ୍ତ ଏସପି, ୮ ଜଣ ଡ଼ିଏସପି, ୧୧ ଜଣ ଇନିସ୍ପେକ୍ଟର, ୫ ଏଏସଆଇ ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି ।

Leave a Reply

Your email address will not be published. Required fields are marked *