ଆଜିଠାରୁ ଆରମ୍ଭ ହେଉଛି ବିଧାନସଭା ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ। ପୁଣି କମ୍ପିବ ବିଧାନସଭା। ରାଜ୍ୟରେ ମହିଳା ସୁରକ୍ଷା, ବିପର୍ଯ୍ୟୟ ଆଇନ ଶୃଙ୍ଖଳା ସ୍ଥିତି, ମଣ୍ଡି ଅବ୍ୟବସ୍ଥା, ମହାନଦୀ ଜଳ ବିବାଦ ଓ ପୂର୍ବ ବଜେଟ ଅର୍ଥ ଖର୍ଚ୍ଚ ନହେବା ପ୍ରସଙ୍ଗକୁ ଅସ୍ତ୍ର କରି ସରକାରଙ୍କୁ ଘେରିପାରନ୍ତି ବିରୋଧୀ। ମୁହାମୁହିଁ ହେବେ ଶାସକ-ବିରୋଧୀ । ଶୁନ୍ୟକାଳରେ ବହୁ ଗୁରୁତ୍ୱପୂର୍ଣ୍ଣ ପ୍ରସଙ୍ଗକୁ ଉଭୟ ଶାସକ ଓ ବିରୋଧୀ ଦଳ ଉଠାଇବେ।

ଦ୍ଵିତୀୟ ପର୍ଯ୍ୟାୟ ମାର୍ଚ୍ଚ ୯ ତାରିଖରୁ ଏପ୍ରିଲ ୮ ତାରିଖ ଯାଏଁ ଲମ୍ବା ସମୟ ଅଧିବେଶନ ରହିଛି। ୧୦ ତାରିଖରୁ ବିଭିନ୍ନ ବିଭାଗର ବଜେଟ ଆଲୋଚନା ଆରମ୍ଭ ହେବ। ମାର୍ଚ୍ଚ ୩୧ ତାରିଖରେ ବ୍ୟୟ ମଞ୍ଜୁର ବିଲ ଗୃହରେ ପାରିତ କରାଯିବ।

ତେବେ ବଜେଟ ଅଧିବେଶନର ପ୍ରଥମ ପର୍ଯ୍ୟାୟରେ ଚାଷୀ ପ୍ରସଙ୍ଗରେ ସରକାରୀ ବିରୋଧୀ ଆଭିମୁଖ୍ୟ ଅଭିଯୋଗ ଆଣି ଗୃହକୁ ଚଳାଇ ଦେଇନଥିଲେ ବିରୋଧୀ । ବିରୋଧୀଙ୍କ କଡା ଆଭିମୁଖ୍ୟ ଯୋଗୁ ବାରମ୍ବାର ଗୃହ ମୁଲତବୀ ଘୋଷଣା କରାଯାଇଥିଲା । ଚାଷୀ, ଧାନ ଅଭାବୀ ବିକ୍ରି ପାଇଁ ବିରୋଧୀ ବିଜୁ ଜନତା ଦଳ ଏବଂ କଂଗ୍ରେସ ବାରମ୍ବାର ଗୃହ ଭିତରେ ଏବଂ ଗୃହ ବାହାରେ ପ୍ରତିବାଦ କରିବାରୁ ଆଲୋଚନା ହୋଇପାରି ନଥିଲା । ଏପରିକି ରାଜ୍ୟପାଳଙ୍କ ଅଭିଭାଷଣ ଅଧାରୁ ଉଠି ଚାଲିଯାଇଥିଲେ ବିରୋଧୀ କଂଗ୍ରେସ ଏବଂ ବିକୁ ଜନତା ଦଳ ।

 

 

Leave a Reply

Your email address will not be published. Required fields are marked *