ପେଙ୍ଗୁଇନ ରୢାଣ୍ଡମ ହାଉସ ଇଣ୍ଡିଆ ପ୍ରାଇଭେଟ୍ ଲିମିଟେଡ୍ ଘୋଷଣା କରିଛି ଯେ ପୂପୂର୍ବତନ ସେନାମୁଖ୍ୟ ଜେନେରାଲ ଏମ୍ଏମ୍ ନରବଣେଙ୍କ ଜୀବନୀ ଉପରେ ଆଧାରିତ ପୁସ୍ତକ ‘ଫୋର୍ ଷ୍ଟାର୍ସ ଅଫ୍ ଡେଷ୍ଟିନି’ ପ୍ରକାଶିତ ହୋଇ ନାହିଁ । କଂଗ୍ରେସ ନେତା ରାହୁଲ ଗାନ୍ଧୀ ଏହି ପୁସ୍ତକ ପ୍ରକାଶିତ ହୋଇଥିବା ଦାବି କରିବା ପରେ ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ ଏହି ଘୋଷଣା କରିଛି । ପେଙ୍ଗୁଇନ ରାଣ୍ଡମ ହାଉସ ଇଣ୍ଡିଆ କହିଛି ଯେ, ତାଙ୍କ ଦ୍ୱାରା କୌଣସି ପ୍ରକାର କପି ପ୍ରକାଶିତ, ବିତରଣ, ବିକ୍ରୟ କିମ୍ୱା ଜନସାଧାରଣଙ୍କ ପାଇଁ ଉପଲବ୍ଧ କରାଯାଇ ନାହିଁ । ଏହି ଘୋଷଣା ପରେ ଦିଲ୍ଲୀ ପୋଲିସ ଏକ ଏଫଆଇଆର ନାମାଙ୍କନ କରିଛି ଓ ଅନୁସନ୍ଧାନ ଆରମ୍ଭ କରିଛି । ରାହୁଲ ଗାନ୍ଧୀ ଲୋକସଭାରେ ଏହି ପୁସ୍ତକରୁ ଉଦ୍ଧୃତ ଦେବାକୁ ଚେଷ୍ଟା କରିଥିଲେ, କିନ୍ତୁ ସରକାରୀ ଦଳ ବିରୋଧ କରିଥିଲା । ପୁଲିସ ସୂତ୍ରରୁ ଜଣାପଡ଼ିଛି ଯେ, ଏହି ସମାନ ଟାଇଟଲ ଥିବା ଏକ ‘ପ୍ରି-ପ୍ରିଣ୍ଟ୍’ ପିଡିଏଫ୍ କପି କିଛି ୱେବସାଇଟ୍ରେ ଉପଲବ୍ଧ ଅଛି । ଏହାର ପ୍ରତିକ୍ରିୟାରେ ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ କହିଛନ୍ତି ଯେ, ପେଙ୍ଗୁଇନ୍ କହିଛି ଯେ ପୁସ୍ତକ ପ୍ରକାଶିତ ହୋଇନାହିଁ, କିନ୍ତୁ ପୁସ୍ତକଟି ଆମାଜନରେ ଉପଲବ୍ଧ ଅଛି । ତାଙ୍କ ପୁସ୍ତକରେ କିଛି ଏପରି ବକ୍ତବ୍ୟ ଦେଇଛନ୍ତି ଯାହା ଭାରତ ସରକାର ଏବଂ ଭାରତର ପ୍ରଧାନମନ୍ତ୍ରୀଙ୍କ ପାଇଁ ଅସୁବିଧାଜନକ । ତେଣୁ ଜନତାଙ୍କୁ ନିଷ୍ପତ୍ତି ନେବାକୁ ପଡିବ ଯେ ପେଙ୍ଗୁଇନ୍ ନା ପୂର୍ବତନ ସେନା ମୁଖ୍ୟ ସତ୍ୟ କହୁଛନ୍ତି ବୋଲି ରାହୁଲ ଗାନ୍ଧୀ ଗଣମାଧ୍ୟମକୁ କହିଛନ୍ତି । Post navigation India vs Pakistan T20 World Cup 2026: ଟି-୨୦ ବିଶ୍ୱକପ୍ରେ ଭାରତ ବିପକ୍ଷରେ ଖେଳିବ ପାକିସ୍ତାନ Maha Shivaratri 2026: ଫେବୃଆରୀ ୧୫ରେ ମହାଶିବରାତ୍ରି; ରାତି ୧୦ଟାରେ ଉଠିବ ମହାଦୀପ