ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପରୀକ୍ଷା ପେ ଚର୍ଚ୍ଚାର ୯ମ ସଂସ୍କରଣରେ ଛାତ୍ରଛାତ୍ରୀଙ୍କୁ ପାଠପଢା ଓ ପରୀକ୍ଷା ପାଇଁ ପ୍ରସ୍ତୁତ ହେବା ପାଇଁ ପରାମର୍ଶ ଦେଇଛନ୍ତି । ସେ କହିଛନ୍ତି ଯେ ପ୍ରତ୍ୟେକ ପିଲାଙ୍କର ଖାଦ୍ୟ ଯେମିତି ଅଲଗା, ପାଠପଢା ଶୈଳୀ ମଧ୍ୟ ଅଲଗା ଅଟେ । ତେଣୁ ନିଜ ଶୈଳୀରେ ପାଠ ପଢ଼ିବାକୁ ସେ ପରାମର୍ଶ ଦେଇଛନ୍ତି । ଏହା ସହିତ ସେ ଛାତ୍ରଛାତ୍ରୀଙ୍କୁ ଭଲ ଭାବେ ଗଢିବାକୁ ଶିକ୍ଷକ-ଶିକ୍ଷୟିତ୍ରୀଙ୍କୁ ପରାମର୍ଶ ଦେଇଛନ୍ତି । ଟାଇମ୍ ମ୍ୟାନେଜମେଣ୍ଟ, ନିଦ ଓ ମନ ଓ ଶରୀରକୁ ସୁସ୍ଥ ରଖିବା ପାଇଁ ଯୋଗ ଓ ବ୍ୟାୟାମ ଉପରେ ମୋଦି ଗୁରୁତ୍ୱ ଦେଇଛନ୍ତି । ପାଠ ପଢିବା ସହ ଆଉଟ୍ ନଲେଜ୍ ଆହୋରଣ କରିବା ଦରକାର । ଶିକ୍ଷାକୁ ବୋଝ ବଦଳରେ ଉପଭୋଗ କରିବା ଦରକାର, ମାର୍କ ଓ ପରୀକ୍ଷାରେ ନିଜକୁ ସୀମିତ ନ ରଖିବାକୁ ପ୍ରଧାନମନ୍ତ୍ରୀ ପରାମର୍ଶ ଦେଇଛନ୍ତି । ବ୍ୟକ୍ତିଗତ ଦକ୍ଷତାକୁ ଚିହ୍ନି ପାଠ ପଢିଲେ ସଫଳତା ନିଶ୍ଚିତ ମିଳିବ ବୋଲି ସେ କହିଛନ୍ତି । ପରୀକ୍ଷା ପେ ଚର୍ଚ୍ଚାର ୯ମ ସଂସ୍କରଣରେ ୪ କୋଟିରୁ ଅଧିକ ଛାତ୍ରଛାତ୍ରୀ, ଅଭିଭାବକ, ଶିକ୍ଷକ ଓ ଶିକ୍ଷୟିତ୍ରୀ ସାମିଲ ହୋଇଥିଲେ । ପରୀକ୍ଷାର୍ଥୀଙ୍କୁ ପରୀକ୍ଷା ଚାପରୁ ବାହାର କରିବା ଏବଂ ସେମାନଙ୍କୁ ସକାରାତ୍ମକ ବିଚାର ସହ ଆଗକୁ ବଢ଼ିବା ଲାଗି ପ୍ରେରିତ କରିବା ଲାଗି ଉଦ୍ଦିଷ୍ଟ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଲୋକପ୍ରିୟ କାର୍ଯ୍ୟକ୍ରମ ‘ପରୀକ୍ଷା ପେ ଚର୍ଚ୍ଚା’ (ପିପିସି)। Post navigation ‘Godaan’ Film: ହିନ୍ଦୀ ଫିଚର ‘ଗୋଦାନ’ ଚଳଚ୍ଚିତ୍ରକୁ ସାରା ରାଜ୍ୟରେ ‘ଟାକ୍ସ ଫ୍ରି’ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Merchant Navy Official From Odisha Missing: ଓଡ଼ିଶା ମର୍ଚ୍ଚାଣ୍ଟ ନ୍ୟାଭି କ୍ୟାଡେଟ୍ ସାର୍ଥକ ମହାପାତ୍ର ନିଖୋଜ ଘଟଣା; ସରକାରଙ୍କ ହସ୍ତକ୍ଷେପ ଲୋଡିଲେ ପରିବାର