ବଲାଙ୍ଗିର ଜିଲ୍ଲା ତୁରେକେଲା ଥାନା ଅଞ୍ଚଳରେ ଜଣେ ନବମ ଶ୍ରେଣୀ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଘଟଣାରେ ସାମ୍ନାକୁ ଆସିଛି ସାଂଘାତିକ ସତ । ଏହି ଘଟଣାରେ ୫ ଜଣ ନାବାଳକଙ୍କ ସମେତ ଜଣେ ସାବାଳକକୁ ଗିରଫ କରିଛି ତୁରେକେଲା ପୋଲିସ । ଗତ ଡିସେମ୍ବର ୨୫ ତାରିଖରେ ଘଟିଥିଲା ଏ ଗଣଦୁଷ୍କର୍ମ । ପୁରା ଘଟଣାର ମାଷ୍ଟରମାଇଣ୍ଡ ହେଉଛି ଜଣେ ୨୨ ବର୍ଷୀୟ ସାବାଳକ । ଗଣଦୁଷ୍କର୍ମ ପରେ ଏକ ଭିଡିଓ ଭାଇରାଲ ହୋଇଥିଲା, ଯାହା ପରେ ପୋଲିସ ଏହି ଘଟଣାର ତଦନ୍ତ ଆରମ୍ଭ କରିଛି । ପୀଡିତାଙ୍କ ସମ୍ପର୍କୀୟ ବଲାଙ୍ଗିର ଏସପିଙ୍କୁ ଫେରାଦ କରିଥିଲେ । ଏସପିଙ୍କ ନିର୍ଦ୍ଦେଶରେ ପାଞ୍ଚ ଜଣ ନାବାଳକ ସହ ଜଣେ ସାବାଳକ ଯୁବକଙ୍କୁ ଗିରଫ କରାଯାଇଛି । ଗିରଫ ହୋଇଥିବା ସାବାଳକ ଯୁବକ ହେଉଛନ୍ତି ଏହି ଘଟଣାର ମାଷ୍ଟରମାଇଣ୍ଡ । ଉତ୍ତରାଞ୍ଚଳ ଆଇଜି ହିମାଂଶୁ ଲାଲ୍ ଏହି ଘଟଣାର ଅନୁଧ୍ୟାନ କରୁଛନ୍ତି । ଏହି ଘଟଣା ପରେ ପୀଡିତାଙ୍କୁ ଡାକ୍ତରୀ ପରୀକ୍ଷା କରାଯାଇଛି । ଏହି ଘଟଣାରେ ଦୋଷୀମାନଙ୍କୁ ଅଟକ ରଖିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । Post navigation Revenue Services Will Be Available On WhatsApp: ହ୍ବାଟସ ଆପରେ ମିଳିବ ରାଜସ୍ୱ ସେବା People Turn Against BJP: ଦଳରେ କନ୍ଦଳ, ଜନତା ଅସନ୍ତୁଷ୍ଟ, ଭାଜପା ପ୍ରତି ବଢୁଛି ବିପଦ ଆଶଙ୍କା