‘ମୁଖ୍ୟମନ୍ତ୍ରୀ କନ୍ୟା ବିବାହ ଯୋଜନା’ ର ଶୁଭାରମ୍ଭ ଆଜି ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଶକ୍ତିପୀଠ ତାରାତାରିଣୀ ପୀଠରୁ ହୋଇଛି । ମୁଖ୍ୟମନ୍ତ୍ରୀ ମୋହନ ମାଝୀ ଏହି ଯୋଜନାର ଶୁଭାରମ୍ଭ କରିଛନ୍ତି । ଏହି ଯୋଜନା ଅନ୍ତର୍ଗତ ଆଜି ୨୦୦ ଦମ୍ପତିଙ୍କୁ ସାମୁହିକ ବିବାହ କରାଯାଇଛି । ବିଶେଷ କରି ଆର୍ଥିକ ଦୃଷ୍ଟିରୁ ଅନଗ୍ରସର ଓ ଅନୁସୂଚିତ ଜାତି-ଜନଜାତି ପରିବାରର ପିତାମାତାଙ୍କ ପାଇଁ କନ୍ୟା ବିବାହ ଯେପରି ସମସ୍ୟା ହୋଇ ରହିବ ନାହିଁ, ସେଥିପାଇଁ ଏହି ଯୋଜନା ପରମ୍ଭ କରାଯାଇଛି । ଏହି ଯୋଜନା ଅନୁଯାୟୀ, ପ୍ରତ୍ୟେକ ବିବାହ ପାଇଁ ଆର୍ଥିକ ସହାୟତା ବାବଦରେ ଦିଆଯିବ ୬୦ ହଜାର ଟଙ୍କା । ୪୫,୦୦୦ ଟଙ୍କା ସିଧାସଳଖ ଭାବେ ବ୍ୟାଙ୍କ ଖାତାକୁ ଡିବିଟି ମାଧ୍ୟମରେ ପଠାଯାଉଥିବାବେଳେ ବାକି ୧୫,୦୦୦ ବିବାହ ଆୟୋଜନ ଖର୍ଚ୍ଚ ନିମନ୍ତେ ବିନିଯୋଗ କରାଯାଉଅଛି । ଏହି ଯୋଜନା ରାଜ୍ୟର ଗରିବ ଓ ଅସହାୟ ପରିବାରର ଝିଅମାନଙ୍କ ପାଇଁ ଆର୍ଥିକ ସହାୟତା ପ୍ରଦାନ କରିବ । ନବ ଦମ୍ପତ୍ତିଙ୍କୁ ବାହାଘରର ପଞ୍ଜିକରଣ ସାର୍ଟିଫିକେଟ ଦିଆଯିବ । ଏହି ଯୋଜନା ପାଇବା ପାଇଁ ଝିଅର ବୟସ ସର୍ବନିମ୍ନ ୧୮ରୁ ୩୫ ବର୍ଷ ଓ ପୁଅର ବୟସ ୨୧ରୁ ୩୫ ବର୍ଷ ହୋଇଥିବା ଆବଶ୍ୟକ । ବର କନ୍ୟା ଉଭୟ ଓଡ଼ିଶାର ହେଇଥିବା ଦରକାର । ଯେଉଁ ମାନେ ଗରିବ ସେଇ ମାନେ ଏଥିରେ ଲାଭ ପାଇବେ । ବିଧବା ମହିଳା ମଧ୍ୟ ଆଉ ଥରେ ବାହାହେଲେ ଏହାର ଲାଭ ପାଇ ପାରିବେ । Post navigation Union Budget 2026: ଶ୍ରେୟ ଅଶ୍ବିନୀଙ୍କର, ମଜଭୁତ ହେଉଛି ଓଡ଼ିଶା ରେଳ ଭିତ୍ତିଭୂମି Tata Power JE Nabbed By Vigilance: ଭିଜିଲାନ୍ସ ଜାଲରେ ବିଦ୍ୟୁତ ବିଭାଗ କନିଷ୍ଠ ଯନ୍ତ୍ରୀ