ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ୬ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ସଂଧ୍ୟା ୬ଟା ୪୦ରେ ସେ ଭୁବନେଶ୍ୱର ବିମାନ ବନ୍ଦରରେ ପହଞ୍ଚିବା କାର୍ଯ୍ୟକ୍ରମ ରହିଛି । ତାଙ୍କ ଗସ୍ତ ସମୟରେ ଭୁବନେଶ୍ୱର, ପୁରୀ, ଖୋର୍ଦ୍ଧା, ବାଲେଶ୍ୱର, ଯାଜପୁର ଏବଂ ମୟୂରଭଞ୍ଜ ଆଦି ସ୍ଥାନରେ କାର୍ଯ୍ୟକ୍ରମ ରହିଛି । ଲୋକ ଭବନରେ ସେ ରାତ୍ରି ଯାପନ ପରେ ଫେବ୍ରୁଆରୀ ୩ ତାରିଖ ସକାଳେ ଯାଜପୁର ଯାଇ ମା ବିରଜାଙ୍କ ଦର୍ଶନ କରିବେ । ନାଭିଗୟାରେ ପିତୃପୁରୁଷଙ୍କୁ ପିଣ୍ଡଦାନ କରିବା କାର୍ଯ୍ୟକ୍ରମ ରହିଛି । ପରେ ବାଲେଶ୍ୱର ଗସ୍ତ କରି ଫକୀରମୋହନ ବିଶ୍ୱବିଦ୍ୟାଳୟର ୧୨ତମ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବେ । ଫେବୃଆରୀ ୪ ତାରିଖ ସକାଳେ ଶ୍ରୀମନ୍ଦିର ଯାଇ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ରାଷ୍ଟପତି ମୁର୍ମୁ ଶ୍ୱେତଗଙ୍ଗା ପୁଷ୍କରିଣୀରେ ପିଣ୍ଡଦାନ କରିବେ । ଏଥିସହ ସେ ଶିକ୍ଷା ଓ ସାମାଜିକ କାର୍ଯ୍ୟକ୍ରମରେ ଯୋଗ ଦେବେ । ୬ ତାରିଖରେ ନିଜ ଜନ୍ମମାଟି ରାଇରଙ୍ଗପୁରରେ ରାଷ୍ଟ୍ରପତିଙ୍କର ରହିଛି ବିଭିନ୍ନ କାର୍ଯ୍ୟକ୍ରମ । ତାଙ୍କ ଗସ୍ତକୁ ନେଇ ପ୍ରଶାସନ ପକ୍ଷରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଏଥିପାଇଁ ୩୦ ପ୍ଲାଟୁନ ଫୋର୍ସ ମୁତୟନ କରାଯିବାର ସୂଚନା ରହିଛି । ସେ ଫେବ୍ରୁଆରୀ ୭ ତାରିଖ ପର୍ଯ୍ୟନ୍ତ ଓଡ଼ିଶାରେ ରହିବେ ବୋଲି ଜଣାପଡିଛି । Post navigation Former MP Sushila Tiriya Passes Away: ବରିଷ୍ଠ କଂଗ୍ରେସ ନେତ୍ରୀ ସୁଶୀଳା ତିରିୟାଙ୍କ ପରଲୋକ Gold, Silver Prices Crash: ପୁଣି ଖସିଲା ସୁନା, ରୁପା ଦର