ଉଚ୍ଚ ଶିକ୍ଷାନୁଷ୍ଠାନରେ ସମାନତାକୁ ପ୍ରୋତ୍ସାହନ ଦେଉଥିବା ୟୁଜିସିର ନୂଆ ନିୟମାବଳି ୨୦୨୬ ଉପରେ ରୋକ୍ ଲଗାଇଛନ୍ତି ସୁପ୍ରିମକୋର୍ଟ । ଗୁରୁବାର ଦିନ ସୁପ୍ରିମକୋର୍ଟ କଲେଜଗୁଡିକରେ ଦେଶବ୍ୟାପୀ ଅସନ୍ତୋଷ ସୃଷ୍ଟି କରିଥିବା ୟୁଜିସି ନିୟମାବଳୀ ଉପରେ ସ୍ଥଗିତାଦେଶ ଜାରି କରିଛନ୍ତି ଏବଂ କେନ୍ଦ୍ରକୁ ନିୟମାବଳୀ ପୁନଃପ୍ରସ୍ତୁତ କରିବାକୁ କହିଛନ୍ତି। ୟୁଜିସିର ଏହି ନୂଆ ନିୟମ ବିରୋଧରେ ସୁପ୍ରିମକୋର୍ଟରେ ଏକାଧିକ ଆବେଦନ ହୋଇଥିଲା। ଏହି ନୂଆ ନିୟମକୁ ନେଇ ଅଭିଯୋଗ ହୋଇଥିଲା ଯେ, ଏଥିରେ ସାଧାରଣ ଶ୍ରେଣୀର ଛାତ୍ରଛାତ୍ରୀଙ୍କ ସହିତ ଭେଦଭାବ କରାଯାଉଛି । ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତି ଶୁଣାଣି ହେବ, ସେ ଯାଏଁ ୟୁଜିସି ୨୦୧୨ ରେଗୁଲେସନ୍ ଲାଗୁ ହେବ ବୋଲି କୋର୍ଟ ସ୍ପଷ୍ଟ କରିଛନ୍ତି। ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତଙ୍କ ଗଠିତ ଖଣ୍ଡପୀଠ ମାମଲାର ଶୁଣାଣି କରି ଏହା ଉପରେ ରୋକ ଲଗାଇବା ସହ କେନ୍ଦ୍ର ସରକର ଓ ୟୁଜିସିକୁ ଜବାବ ମାଗିଛନ୍ତି। ୟୁଜିସି ନୂଆ ନିୟମର ବୈଧତା ଯାଞ୍ଚ କରାଯିବ, ଯେଉଁ ନିୟମକୁ ଲାଗୁ କରାଯାଇଛି ତାହା ଅପବ୍ୟବହାର ହୋଇପାରେ। ଏହା ସହିତ ନୂଆ ନିୟମରେ ଭେଦଭାବ ବଢିବାର ଆବେଦନକାରୀଙ୍କ ତର୍କ ଉପରେ ସହମତି ପ୍ରକାଶ କରିଛନ୍ତି । ଜାନୁଆରୀ ୧୩ ତାରିଖରେ ଅଧିସୂଚିତ ହୋଇଥିବା ନିୟମାବଳୀ ଅନୁଯାୟୀ, ସମସ୍ତ ଉଚ୍ଚଶିକ୍ଷା ପ୍ରତିଷ୍ଠାନଗୁଡ଼ିକୁ ଭେଦଭାବ ଅଭିଯୋଗର ସମାଧାନ କରିବା ଏବଂ କ୍ୟାମ୍ପସରେ ସମାନତାକୁ ପ୍ରୋତ୍ସାହିତ କରିବା ପାଇଁ “ସମାନତା କମିଟି” ଗଠନ କରିବାକୁ ପଡ଼ିବ। କମିଟିଗୁଡ଼ିକରେ ଅନ୍ୟାନ୍ୟ ପଛୁଆ ବର୍ଗ (ଓବିସି), ଅନୁସୂଚିତ ଜାତି (ଏସସି), ଅନୁସୂଚିତ ଜନଜାତି (ଏସଟି), ଭିନ୍ନକ୍ଷମ ବ୍ୟକ୍ତି ଏବଂ ମହିଳା ପ୍ରତିନିଧିମାନଙ୍କୁ ଅନ୍ତର୍ଭୁକ୍ତ କରିବା ଆବଶ୍ୟକ। ଆମେରିକାରେ ଶ୍ୱେତଙ୍କ ପାଇଁ ଅଲଗା ସ୍କୁଲ ଏବଂ ଅଶ୍ୱେତଙ୍କ ପାଇଁ ଅଲଗା ସ୍କୁଲ । ଭାରତରେ ଶିକ୍ଷାନୁଷ୍ଠାନକୁ ଏକତା ଦେଖାଇବା ଉଚିତ୍ । କୋର୍ଟ ନୋଟିସ୍ ଜାରି କରି କେନ୍ଦ୍ର ସରକାରଙ୍କଠୁ ଜବାବ ଲୋଡିଛନ୍ତି । ମାର୍ଚ୍ଚ ୧୯ରେ ମାମଲାର ପରବର୍ତ୍ତୀ ଶୁଣାଣି ହେବ । ଶୁଣାଣି ସମୟରେ ସିଜେଆଇ କହିଛନ୍ତି, ମାନି ନିଅନ୍ତୁ ଅନୁସୂଚିତ ଜାତି(ଏସସି)ର ଏ ସମୂହ ସମ୍ବନ୍ଧିତ କୌଣସି ଛାତ୍ର ଅନ୍ୟ କୌଣସି ସମୁଦାୟର ଛାତ୍ରଙ୍କ ବିରୋଧରେ ଅପମାନଜନକ ଭାଷାର ପ୍ରୟୋଗ କରୁଛି, ତେବେ ଏହି କ୍ଷେତ୍ରରେ କଣ ଉପାୟ ରହିଛି ? କଣ ନିୟମ କେବଳ ଏକତରଫା ସଂରକ୍ଷଣ ଦେବ ? Post navigation BJD Leadership: ନବୀନ ପଟ୍ଟନାୟକ ସର୍ବମାନ୍ୟ ଓ ଅଦ୍ଵିତୀୟ ନେତା- ଦିବ୍ୟ ଶଙ୍କର ମିଶ୍ର Similipal Closed: ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ଫେବୃଆରୀ ୪ ରୁ ୬ ପର୍ଯ୍ୟନ୍ତ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିବ ଶିମିଳିପାଳ