ଲୋକସେବା ଭବନଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଷଷ୍ଠ ରାଜ୍ୟ ଅର୍ଥ କମିଶନର ଚୂଡ଼ାନ୍ତ ରିପୋର୍ଟ ପ୍ରଦାନ କରିଛନ୍ତି । ଏହି ଅବସରରେ ମୁଖ୍ୟମନ୍ତ୍ରୀ ‘ସମୀକ୍ଷା’ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିଛନ୍ତି । ଏହି ପୋର୍ଟାଲ ରାଜ୍ୟ ଅର୍ଥ କମିଶନ (SFC) ଏବଂ କେନ୍ଦ୍ର ଅର୍ଥ କମିଶନ (CFC) ଅନୁଦାନ ଅଧୀନସ୍ଥ ବିଭିନ୍ନ ଉନ୍ନତିମୂଳକ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ଅଗ୍ରଗତି ବିଷୟରେ ପ୍ରକୃତ ସୂଚନା ପ୍ରଦାନ କରିବ । ନାଗରିକ, ନିର୍ବାଚିତ ପ୍ରତିନିଧି କିମ୍ବା ଯେକୌଣସି ବ୍ୟକ୍ତି https://samikshya.odisha.gov.in ଲିଙ୍କ୍ ମାଧ୍ୟମରେ ପ୍ରକଳ୍ପଗୁଡ଼ିକର କାର୍ଯ୍ୟାନ୍ୱୟନର ପ୍ରଗତି ତଦାରଖ କରିପାରିବେ । Post navigation CDMS 3.0 Launched: କଣ୍ଟ୍ରାକ୍ଟର ଡାଟାବେସ୍ ମ୍ୟାନେଜମେଣ୍ଟ ସିଷ୍ଟମ୍ 3.0 ର ଶୁଭାରମ୍ଭ