President Droupadi Murmu addresses Joint Sitting of Budget Session

ଆଜି ବଜେଟ ଅଧିବେଶନର ପ୍ରଥମ ଦିନରେ ସଂସଦର ଉଭୟ ଗୃହର ମିଳିତ ଅଧିବେଶନକୁ ସମ୍ବୋଧିତ କରି ସାମାଜିକ ନ୍ୟାୟ, କଲ୍ୟାଣ ଏବଂ ସ୍ୱଚ୍ଛତା ପ୍ରତି ସରକାରଙ୍କ ପ୍ରତିବଦ୍ଧତା ଉପରେ ଆଲୋକପାତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ।

ରାଷ୍ଟ୍ରପତି ମୁର୍ମୁ କହିଛନ୍ତି ଯେ ଗରିବ ଲୋକଙ୍କୁ ସଶକ୍ତ କରିବା ହେଉଛି ସରକାରଙ୍କର ପ୍ରାଥମିକତା । ୨୫ କୋଟିରୁ ଅଧିକ ଲୋକ ଗରିବୀରୁ ଉପରକୁ ଉଠିଛନ୍ତି । ୪ କୋଟି ଲୋକଙ୍କୁ ପକ୍କା ଘର ମିଳିଛି ଏବଂ ଜିଏସଟିରେ ସଂସ୍କାର ଆଣିବା ଦ୍ୱାରା ଲକ୍ଷ ଲକ୍ଷ କୋଟି ଟଙ୍କା ସଂଚୟ ହୋଇଛି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଦେଶର ଯୁବପିଢ଼ି, କୃଷକ, ଶ୍ରମିକ ଏବଂ ଉଦ୍ୟୋଗୀମାନେ ଏକ ବିକଶିତ ଭାରତ ଗଠନରେ ସେମାନଙ୍କର ଭୂମିକା ଗ୍ରହଣ କରୁଥିବା ଦେଖି ସେ ସନ୍ତୋଷ ଅନୁଭବ କରୁଛନ୍ତି ।

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ କହିଛନ୍ତି ଯେ ଗ୍ରାମାଞ୍ଚଳରେ ନିଯୁକ୍ତି ଏବଂ ବିକାଶକୁ ପ୍ରୋତ୍ସାହିତ କରିବା ପାଇଁ “ଡେଭଲପ୍ ଇଣ୍ଡିଆ ଜି-ରାମ ଜି” ଆଇନ ପ୍ରଣୟନ କରାଯାଇଛି ଯାହା ୧୨୫ ଦିନର ଗ୍ରାମାଞ୍ଚଳ ନିଯୁକ୍ତିର ଗ୍ୟାରେଣ୍ଟି ଦେଇଛି ।

ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ କ୍ଷେତ୍ରରେ ଭାରତ ଅଗ୍ରଣୀ ଭୂମିକା ଗ୍ରହଣ କରିବ ବୋଲି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଶା ରଖିଛନ୍ତି ।

ସେ ଆହୁରି କହିଛନ୍ତି ଯେ ଦେଶରେ ମହିଳାମାନଙ୍କ ବିକାଶ ହୋଇଛି । ଆଜି ଦେଶ ମହିଳାଙ୍କ ନେତୃତ୍ୱରେ ବିକାଶର ମନ୍ତ୍ର ସହ ଆଗେଇ ଚାଲିଛି । ୧୦ କୋଟି ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ ସହ ଜଡ଼ିତ ହେବାସହିତ “ଲକ୍ଷପତି ଦିଦି” ଙ୍କ ସଂଖ୍ୟା ୨ କୋଟିରୁ ଅଧିକ ହୋଇଛି । ଲକ୍ଷପତି ଦିଦି ଯୋଜନା ମାଧ୍ୟମରେ ମହିଳାମାନେ ବାଣିଜ୍ୟ ଓ ଉଦ୍ୟୋଗ କ୍ଷେତ୍ରରେ ଆଗେଇ ଚାଲିଛନ୍ତି ।

By Nirvay

Leave a Reply

Your email address will not be published. Required fields are marked *