ରାଷ୍ଟ୍ରପତି ଦୌପଦୀ ମୁର୍ମୁ ଫେବୃୟାରୀ ୪ ତାରିଖ ଦିନ ସକାଳ ୭ଟାରେ ପୁରୀ ବାଲିସାହି ଶ୍ୱେତଗଙ୍ଗା ଠାରେ ପିଣ୍ଡ ଦାନ କରିବାର କାର୍ଯ୍ୟକ୍ରମ ରହିଛି । ଏହା ପରେ ୭ଟା ୪୦ରେ ରାଷ୍ଟ୍ରପତି ମହାପ୍ରଭୁଙ୍କୁ ଦର୍ଶନ କରିବେ । ଗର୍ଭଗୃହ ଭିତରକୁ ଯାଇ ରାଷ୍ଟ୍ରପତି ଶ୍ରୀଜୀଉଙ୍କୁ ଦର୍ଶନ କରିବେ । ସିଂହଦ୍ୱାର ଠାରେ ରାଷ୍ଟ୍ରପତିଙ୍କୁ ଗଜପତି ମହାରାଜା ସ୍ୱାଗତ କରିବେ । ଏନେଇ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢୀ ସୂଚନା ଦେଇଛନ୍ତି । ତେବେ ରାଷ୍ଟ୍ରପତିଙ୍କ କାର୍ଯ୍ୟକ୍ରମ ଅନୁଯାୟୀ ସକାଳ ୪ଟା ସୁଦ୍ଧା ଜୟ ବିଜୟ ଦ୍ୱାର ଫିଟା ନୀତି କରାଯିବ । ସକାଳ ୬ଟା ସୁଦ୍ଧା ଶ୍ରୀମନ୍ଦିର ଶୋଧ କରାଯିବ ଏବଂ ସକାଳ ୮ଟା ୨୦ ସୁଦ୍ଧା ଦର୍ଶନ ସାରି ରାଷ୍ଟ୍ରପତି ଶ୍ରୀମନ୍ଦିରରୁ ଫେରିବେ । ସୂଚନା ଅନୁଯାୟୀ, ସେହି ସମୟରେ କୌଣସି ଭକ୍ତ ଓ ଶ୍ରଦ୍ଧାଳୁଙ୍କୁ ଶ୍ରୀମନ୍ଦିର ଭିତରକୁ ଛଡ଼ାଯିବ ନାହିଁ । ରାଷ୍ଟ୍ରପତିଙ୍କୁ କିଭଳି ସ୍ୱାଗତ କରାଯିବ ଏବଂ କଡ଼ା ସୁରକ୍ଷା ବ୍ୟବସ୍ଥା ରହିବ ସେନେଇ ପ୍ରାଶାସନିକ ସ୍ତରରେ ଘନଘନ ବୈଠକ କରାଯାଉଛି । ଶ୍ୱେତଗଙ୍ଗା ପୁଷ୍କରିଣୀକୁ ଯାଇ ପ୍ରସ୍ତୁତି ପର୍ବର ଅନୁଧ୍ୟାନ କରିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଅରବିନ୍ଦ ପାଢ଼ୀ, ପୁରୀ ଜିଲ୍ଲାପାଳ ଓ ଏସ୍ପି । Post navigation Bomb Blast In Bhubaneswar: ଭୁବନେଶ୍ବରରେ ବୋମା ବିସ୍ଫୋରଣ; ୫ ଗୁରୁତର Arijit Singh Announces Retirement: ଆଉ ଗୀତ ଗାଇବେ ନାହିଁ ବଲିଉଡ୍ ସିଙ୍ଗର ଅରିଜିତ୍ ସିଂ