Woman arrested in over Rs 3 crore fraud case
ଓଡ଼ିଶାର କେନ୍ଦୁଝର ଜିଲ୍ଲାର ବଲାଣି ଥାନା ଅଞ୍ଚଳର ଜଣେ ମହିଳାଙ୍କୁ ପ୍ରାୟ ୩ କୋଟି ଟଙ୍କାର ଠକେଇ ମାମଲାରେ ଗିରଫ କରାଯାଇଛି । ସେ ଶ୍ରମ ବିଭାଗର ଅଧିକାରୀ କହି ମହିଳାମାନଙ୍କୁ ଲୋନ କରାଇ ଦେବା ପ୍ରତିଶ୍ରୁତି ଦେଇ ଠକିଥିବା ଅଭିଯୋଗ ହୋଇଛି ।
 
ଏହି ମହିଳାକୁ ପୋଲିସ ଭୁବନେଶ୍ୱରର ହଂସପାଳରୁ ଗିରଫ କରିଛି । ପୋଲିସ ସୂଚନା ଅନୁଯାୟୀ, ମହିଳା ଜଣଙ୍କ ୩୦ରୁ ଊର୍ଦ୍ଧ୍ୱ ସିମ୍ ବ୍ୟବହାର କରି ଠକେଇ କରିଥିଲେ ।
 
ଗିରଫ ହୋଇଥିବା ମହିଳାଙ୍କ ବିରୋଧରେ ଅନେକ ଅଭିଯୋଗ ରହିଛି । ବିଭିନ୍ନ ଥାନାରେ ମହିଳାଙ୍କ ନାଁରେ ଠକେଇ ମାମଲା ମଧ୍ୟ ରହିଥିଲା ।
 
ପୋଲିସ ଏହି ମାମଲାର ତଦନ୍ତ କରୁଛି ଏବଂ ମହିଳା ଜଣଙ୍କ ଠାରୁ ଅଧିକ ତଥ୍ୟ ସଂଗ୍ରହ କରିବାକୁ ଚେଷ୍ଟା କରୁଛି । ମହିଳା ଜଣଙ୍କ କେତେ ଲୋକଙ୍କୁ ଠକିଛନ୍ତି ଏବଂ କେତେ ଟଙ୍କା ଆତ୍ମସାତ୍‌ କରିଛନ୍ତି ତାହା ତଦନ୍ତରୁ ଜଣାପଡିବ ।

By Nirvay

Leave a Reply

Your email address will not be published. Required fields are marked *