ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବ କଂଗ୍ରେସ । ଏ ନେଇ ଆଜି ସୂଚନା ଦେଇଛନ୍ତି ପିସିସି ସଭାପତି ଭକ୍ତ ଚରଣ ଦାସ । ସେ କହିଛନ୍ତି ରାଜ୍ୟସଭା ନିର୍ବାଚନରେ ହାର୍‌ ଜିତ୍‌କୁ ଭୟ ନାହିଁ । ରାଜ୍ୟସଭା ନିର୍ବାଚନରେ ପ୍ରାର୍ଥୀ ଦେବୁ । ଆବଶ୍ୟକ ସଂଖ୍ୟା ନଥିବା ସତ୍ତ୍ବେ ୩/୪ ଜଣଙ୍କ ନାଁ ସ୍ଥିର ହୋଇଛି । ଏନେଇ ଦଳ ହାଇକମାଣ୍ଡଙ୍କ ସହ ଆଲୋଚନା କରିବ । ଦଳ ଭିତରୁ କିମ୍ବା ବାହାରୁ ବି କାହାକୁ ଜଣଙ୍କୁ ପ୍ରାର୍ଥୀ କରାଯାଇପାରେ ।

ସୂଚନା ଯୋଗ୍ୟ; ଓଡ଼ିଶାର ମୋଟ ୪ଟା ଆସନ ଖାଲି ହେବାକୁ ଯାଉଛି । ବିଜେଡ଼ିର ଦୁଇ ସାଂସଦ ମୁନ୍ନା ଖାଁ ଓ ନିରଞ୍ଜନ ବିଶି ଏବଂ ବିଜେପିର ଦୁଇ ସାଂସଦ ସୁଜିତ କୁମାର ଏବଂ ମମତା ମହାନ୍ତଙ୍କ କାର୍ଯ୍ୟକାଳ ଶେଷ ହେବାକୁ ଯାଉଛି । ବିଧାନସଭାରେ ସଂଖ୍ୟା ଗରିଷ୍ଠତାରେ ବିଜେପି ପାଖରେ ୭୯ଟି ଓ ସ୍ୱାଧୀନ ୨ଟି, ବିଜେଡ଼ି ପାଖରେ ୫୦ ଏବଂ କଂଗ୍ରେସ ନିକଟରେ ମାତ୍ର ୧୪ଟି ଆସନ ରହିଛି ।

Leave a Reply

Your email address will not be published. Required fields are marked *