hirakud-reservoir-sees-surge-with-4-21-lakh-migratory-birds
ସମ୍ବଲପୁରର ହୀରାକୁଦ ଜଳଭଣ୍ଡାରରେ ଶେଷ ହୋଇଥିବା ବାର୍ଷିକ ପକ୍ଷୀ ଗଣନାରେ ପ୍ରବାସୀ ପକ୍ଷୀଙ୍କ ସଂଖ୍ୟାରେ ବୃଦ୍ଧି ପାଇଥିବା ଜଣାପଡ଼ିଛି ।ହୀରାକୁଦ ବନ୍ୟପ୍ରାଣୀ ଡିଭିଜନ ୧୨୮ ପ୍ରଜାତିର ମୋଟ ୪ ଲକ୍ଷ ୨୧ ହଜାର ପକ୍ଷୀଙ୍କ ଆଗମନ ରେକର୍ଡ କରିଛି ।
 
ଗତବର୍ଷ ୩ ଲକ୍ଷ ୭୭ ହଜାର ପକ୍ଷୀ ହୀରାକୁଦକୁ ଆସିଥିଲେ । ପକ୍ଷୀ ଗଣନା ରିପୋର୍ଟ ଅନୁଯାୟୀ, ଗତବର୍ଷ ଠାରୁ ୪୪ ହଜାର ଅଧିକ ପକ୍ଷୀ ହୀରକୁଦକୁ ଆସିଛନ୍ତି । ଏହି ଗଣନା ସମୟରେ ପାଞ୍ଚଟି ନୂଆ ପ୍ରଜାତିର ପକ୍ଷୀ ମଧ୍ୟ ଚିହ୍ନଟ କରାଯାଇଛି ।
 
ସାଧାରଣତଃ ଶୀତ ଋତୁରେ ହିମାଳୟ ପର୍ବତମାଳା, ସାଇବେରିଆ, ମଙ୍ଗୋଲିଆ, ଆମେରିକା, ୟୁରୋପ, ୟୁକେ, ଅଷ୍ଟ୍ରେଲିଆ, ରଷିଆ ଏବଂ ଏସିଆର ଅନ୍ୟାନ୍ୟ ସ୍ତାନରୁ ପକ୍ଷୀମାନେ ହୀରାକୁଦକୁ ଆସିଥାନ୍ତି ।

By Nirvay

Leave a Reply

Your email address will not be published. Required fields are marked *