ଆୟୁଷ୍ମାନ ଯୋଜନା ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ । ଏ ନେଇ ଆୟୁଷ୍ମାନ ଚିନ୍ତନ ଶିବିରରେ ଯୋଗ ଦେଇ ସୂଚନା ଦେଇଛନ୍ତି ସ୍ୱାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ସେ କହିଛନ୍ତି ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କିତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ । ଯେଉଁ ହିତାଧିକାରୀଙ୍କର କାର୍ଡ ହୋଇନାହିଁ, ସେମାନେ ଆବେଦନ କରିପାରିବେ । ଡିଜିଟାଲ୍ ମାଧ୍ୟମରେ ତଥ୍ୟ ଦେଖିପାରିବେ ଓ ଆବେଦନ ସ୍ଥିତି ଜାଣିପାରିବେ । ଆଗାମୀ ଦିନରେ ଆୟୁଷ୍ମାନ ଭାରତର ସମସ୍ତ ଡାଟା ଓଡ଼ିଆରେ ଉପଲବ୍ଧ ହେବ । ସାଧାରଣ ଲୋକଙ୍କୁ ଯୋଜନା ବୁଝିବା ଓ ସୁବିଧା ନେବା ଅଧିକ ସହଜ ହେବ ।ଆୟୁଷ୍ମାନ ଯୋଜନାର ସୁବିଧା ପାଇଁ ୩ଟି MoU ସ୍ବାକ୍ଷରିତ ହୋଇଛି । ସୂଚନା ଯୋଗ୍ୟ; ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା ଓ ଆୟୁଷ୍ମାନ ଭାରତ ଡିଜିଟାଲ୍ ମିଶନ ସମ୍ପର୍କରେ ଦୁଇ ଦିନିଆ ଚିନ୍ତନ ଶିବିର ଆୟୋଜିତ ହୋଇଛି। ଏହି ଶିବିରରେ ଯୋଜନାର କାର୍ଯ୍ୟାନ୍ୱୟନ, କାର୍ଡ ତିଆରି ପ୍ରକ୍ରିୟା ଓ ଡିଜିଟାଲ୍ ସୁବିଧା ନେଇ ଆଲୋଚନା କରାଯାଇଛି। ଏହି ଶିବିରରେ ଯୋଗଦେଇ ସ୍ୱାସ୍ଥ୍ୟ ମନ୍ତ୍ରୀ କହିଛନ୍ତି ଯେ, ଆୟୁଷ୍ମାନ ଭାରତ କାର୍ଡ ସମ୍ପର୍କୀତ ସମସ୍ତ ସମସ୍ୟା ଖୁବଶୀଘ୍ର ସମାଧାନ ହେବ। ଆୟୁଷ୍ମାନ ଯୋଜନାକୁ ନେଇ ସମସ୍ତ ସମସ୍ୟାର ସମାଧାନ ଆସନ୍ତା ୩ ଦିନରେ ହେବ। ଯେଉଁ ଯୋଗ୍ୟ ଲାଭାର୍ଥୀ ମାନଙ୍କର ଏ ପର୍ଯ୍ୟନ୍ତ କାର୍ଡ ହୋଇନାହିଁ, ସେମାନେ ଡିଜିଟାଲ୍ ମାଧ୍ୟମରେ ନିଜ ତଥ୍ୟ ଦେଖିପାରିବେ ଓ ଆବେଦନର ସ୍ଥିତି ଜାଣିପାରିବେ। Post navigation Crocodile Census: ଭିତରକନିକାରେ ବୃଦ୍ଧି ହେଲା କୁମ୍ଭୀରଙ୍କ ସଂଖ୍ୟା BJD Targets Bibhuti Jena: ଖଣି ମନ୍ତ୍ରୀ ବିଭୁତି ଜେନାଙ୍କ ବହିଷ୍କାର ଦାବି କଲା ବିଜେଡି