ବାହାନଗା ଷ୍ଟାଇଲରେ ସ୍ପେନରେ ଭୟଙ୍କର ଟ୍ରେନ୍ ଦୁର୍ଘଟଣା। ପିଟିହେଲେ ୨ଟି ହାଇସ୍ପିଡ୍ ଟ୍ରେନ୍। ଏଥିରେ ୨୧ ଯାତ୍ରୀଙ୍କର ମୃତ୍ୟୁ ହୋଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି। ଆଗକୁ ମୃତ୍ୟୁସଂଖ୍ୟା ଆହୁରି ବଢ଼ିପାରେ ବୋଲି ଅନୁମାନ କରାଯାଉଛି। ସ୍ପେନର ରେଳ ଏଜେନ୍ସି, ଏଡିଆଇଏଫ୍ ଏହାର ଏକ୍ସ ହ୍ୟାଣ୍ଡେଲରେ ପୋଷ୍ଟ କରିଛି ଯେ ମାଲାଗା ଏବଂ ମାଡ୍ରିଡ୍ ମଧ୍ୟରେ ସନ୍ଧ୍ୟା ଟ୍ରେନ୍ ଲାଇନଚ୍ୟୁତ ହୋଇ ମାଡ୍ରିଡ୍ ରୁ ହୁଏଲଭା ଯାଉଥିବା ଅନ୍ୟ ଏକ ଟ୍ରେନ୍ ସହିତ ଧକ୍କା ହୋଇଛି। ସ୍ପେନର କର୍ଡୋବାର ଆଡାମୁଏଜ୍ ଷ୍ଟେସନ ନିକଟରେ ସନ୍ଧ୍ୟା ୫ଟା ୪୦ରେ ଏହି ଘଟଣା ଘଟିଛି। ଏଡିଆଇଏଫ୍ ରିପୋର୍ଟ କରିଛି ଯେ Iero 6189 ମାଲାଗାରୁ ମାଡ୍ରିଡ୍ ଟ୍ରେନ୍ ଆଡାମୁଏଜ୍ ରେ ଲାଇନଚ୍ୟୁତ ହୋଇ ସଂଲଗ୍ନ ଟ୍ରାକ୍ ଉପରେ ଚାଲିଯାଇଛି। ମାଡ୍ରିଡ୍ରୁ ହୁଏଲଭା ଯାଉଥିବା ଏକ ଟ୍ରେନ୍ ମଧ୍ୟ ଲାଇନଚ୍ୟୁତ ହୋଇଛି। ଘଟଣା ପରେ ମାଡ୍ରିଡ୍ ଏବଂ ଆଣ୍ଡାଲୁସିଆ ମଧ୍ୟରେ ହାଇ-ସ୍ପିଡ୍ ରେଳ ସେବା ବାଧାପ୍ରାପ୍ତ ହୋଇଛି। Post navigation BJP National President Election: ଆଜିଠୁ ବିଜେପି ଅଧ୍ୟକ୍ଷ ନିର୍ବାଚନ ପ୍ରକ୍ରିୟା Shreemayee Target BJD: ଶ୍ରୀମୟୀଙ୍କ ବିଶ୍ବାସଘାତକ ତୀର; ବିଭିନ୍ନ ପ୍ରଶ୍ନ ବାଣରେ ବିଜେଡିକୁ କଲେ ଘାଇଲା