Naveen held meeting with party MLAs
ଆଜି ସନ୍ଧ୍ୟାରେ ନବୀନ ନିବାସରେ ବିରୋଧୀଦଳ ନେତା ନବୀନ ପଟ୍ଟନାୟକ ବିଜୁ ଜନତା ଦଳର ୯ ଜଣ ବିଧାୟକ ମାନଙ୍କୁ ଭେଟି ସେମାନଙ୍କ ନିର୍ବାଚନ ମଣ୍ଡଳୀର ସମସ୍ୟା ଓ ଦଳୀୟ ସଂଗଠନ ସମ୍ପର୍କରେ ବିସ୍ତୃତ ଆଲୋଚନା କରିଥିଲେ ।
 
ତୃଣମୂଳ ସ୍ତରରେ ଦଳର ସଂଗଠନକୁ ମଜବୂତ କରିବା ସହ ସାଧାରଣ ଲୋକଙ୍କ ସମସ୍ୟାର ଅଗ୍ରାଧିକାର ଭିତ୍ତିରେ ସମାଧାନ କରିବାକୁ ପଟ୍ଟନାୟକ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ । ସେମାନଙ୍କ ନିର୍ବାଚନ ମଣ୍ଡଳୀର ବିକାଶ କାମ ବିଷୟରେ ମଧ୍ୟ ସେ ପଚାରି ବୁଝିଥିଲେ । ବିଜୁ ଜନତା ଦଳର ଆଦର୍ଶରେ ଲୋକଙ୍କ ସେବା ଜାରି ରଖିବା ପାଇଁ ପଟ୍ଟନାୟକ ଏହି ଅବସରରେ ବିଧାୟକ ମାନଙ୍କୁ ପରାମର୍ଶ ଦେଇଥିଲେ ।
 
ଆଜିର ବୈଠକରେ ବିଧାୟିକା ମନୋରମା ମହାନ୍ତି, ବିଧାୟକ ସର୍ବଶ୍ରୀ ନିରଞ୍ଜନ ପୂଜାରୀ, ଅଶ୍ୱିନୀ ପାତ୍ର, ବ୍ରଜକିଶୋର ପ୍ରଧାନ, ବ୍ୟୋମକେଶ ରାୟ, ସଂଜୀବ ମଲ୍ଲିକ, ଚକ୍ରମଣି କଂହର, ଗୌତମ ବୁଦ୍ଧ ଦାସ ଓ ମାଧବ ଧଡ଼ା ପ୍ରମୁଖ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ ।

By Nirvay

Leave a Reply

Your email address will not be published. Required fields are marked *