ଅସୁରକ୍ଷିତ ରାଜଧାନୀ। ରାଜଧାନୀର ଏକ ପାର୍କରେ ଜଣେ ଯୁବତୀଙ୍କୁ ଖୁଲମଖୁଲା ଅସଦାଚରଣ କରିଛନ୍ତି ଦୁର୍ବୃତ୍ତ । ପୁରୁଷ ବନ୍ଧୁ ସାମ୍ନାରେ ଯୁବତୀଙ୍କୁ ଟଣାଓଟରା ବେଳର ଭିଡ଼ିଓ ଏବେ ଭାଇରାଲ୍ ହୋଇଛି। ପୋଲିସ ମାମଲା ରୁଜୁ କରି ତଦନ୍ତି କରୁଛି। ସନ୍ଧ୍ୟା ସମୟରେ ସମ୍ପୃକ୍ତ ଯୁବତୀ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପାର୍କରେ ବୁଲୁଥିବା ବେଳେ କମେଣ୍ଟ ମରାକୁ କେନ୍ଦ୍ରକରି ପ୍ରଥମେ ପାଟିତୁଣ୍ଡ ହୋଇଥିଲା । ପରେ ଯୁବତୀଙ୍କୁ ଅସଦାଚରଣ କରିଥିଲେ ୩ଜଣରୁ ଉର୍ଦ୍ଧ୍ବ ଯୁବକ। ଏନେଇ କ୍ୟାପିଟାଲ ଥାନାରେ ଅଭିଯୋଗ ପରେ ପୋଲିସ ଏକ ମାମଲା ରୁଜୁ କରି ତଦନ୍ତ ଚଳାଇଛି । ଘଟଣାରେ ୨ଜଣଙ୍କୁ ପୋଲିସ ଗିରଫ କରିଥିବା ଜଣାପଡିଛି। ସୂଚନା ଯୋଗ୍ୟ; ମହିଳା ଜଣକ ତାଙ୍କ ପୁରୁଷ ବନ୍ଧୁଙ୍କ ସହ ପାର୍କ ବୁଲିବାକୁ ଯାଉଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରେ ଅଶ୍ଳୀଳ ମନ୍ତବ୍ୟ ଦେଇଥିବା ଅଭିଯୋଗ ହୋଇଛି, ଯାହା ଫଳରେ ସେମାନଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା। ଏହା ପରେ ତିନି ଜଣରୁ ଅଧିକ ପୁରୁଷ ମହିଳାଙ୍କୁ ଅସଦାଚରଣ କରିଥିଲେ। ଏହି ଘଟଣା ସମ୍ପର୍କରେ କ୍ୟାପିଟାଲ ପୋଲିସ ଷ୍ଟେସନରେ ଏକ ଏଫଆଇଆର ରୁଜୁ କରାଯାଇଛି। ଏଫଆଇଆର ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ପୋଲିସ ଏହି ମାମଲାରେ ଦୁଇ ଜଣଙ୍କୁ ଅଟକ ରଖିଛି। Post navigation Gang Rape In Bhubaneswar: ଚାକିରି ଦେବାକୁ କହି ନାବାଳିକାକୁ ଗଣଦୁଷ୍କର୍ମ Bhaskar Rao May join BJP: ଭାସ୍କର ରାଓ ଯୋଗଦେବେ ଭାଜପାରେ !