ସାରା ରାଜ୍ୟରେ ଭୟଙ୍କର ଶୀତ, ହାଡ଼ଭଙ୍ଗା ଜାଡ଼ରେ ଥରୁଛି ସାରା ଓଡ଼ିଶା । ୧୦ ଡିଗ୍ରୀ ତଳେ ଆଭ୍ୟନ୍ତରୀଣ ଓଡ଼ିଶାର ତାପମାତ୍ରା । ଶୀତ ଲହରି ଜାରି ରହିବା ଆଶଙ୍କାରେ ଏକାଧିକ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି କରାଯାଇଛି । ଜାରି ରହିଥିବା ଶୀତ ଲହରୀ ସ୍ଥିତି ଆହୁରି ଦୁଇ ଦିନ ପର୍ଯ୍ୟନ୍ତ ବଳବତ୍ତର ରହିବାର ସମ୍ଭାବନା ରହିଛି । ଶୁକ୍ରବାର ଦିନ ଜି.ଉଦୟଗିରିରେ ସର୍ବନିମ୍ନ ତାପମାତ୍ରା ୩.୧ ଡିଗ୍ରୀ ରେକର୍ଡ ହୋଇଥିବା ବେଳେ ଶିମିଳିଗୁଡ଼ାରେ ତାପମାତ୍ରା ୩.୬ ଡିଗ୍ରି, ଫୁଲବାଣୀରେ ୫.୫ ଡିଗ୍ରୀ, ଦାରିଙ୍ଗବାଡ଼ିରେ ୬.୫ ଡିଗ୍ରି, ଚିପିଲିମାରେ ୬.୬ ଡିଗ୍ରି, ଝାରସୁଗୁଡ଼ାରେ ୭.୧ ଡିଗ୍ରି ଓ ଭବାନୀପାଟଣାରେ ୭.୫ ଡିଗ୍ରି ଲେଖାଏଁ ରାତି ତାପମାତ୍ରା ରେକର୍ଡ ହୋଇଯାଇଛି । ତେବେ ଶନିବାର ଦିନ ସକାଳୁ ରାଜ୍ୟରେ ୧୫ ସହରରେ ପାରଦ ୧୦ ଡ଼ିଗ୍ରୀ ତଳେ ରହିଥିବା ରେକର୍ଡ କରାଯାଇଛି । ପଶ୍ଚିମା ଝଡ଼ ପ୍ରଭାବରେ ରାତ୍ରି ତାପମାତ୍ରା ବଢୁଛି ୩.୧ ଡ଼ିଗ୍ରୀ ସହ ଜି.ଉଦୟଗିରି ରାଜ୍ୟର ଥଣ୍ଡା ସହର ହୋଇଥିବାବେଳେ ରାଉରକେଲା ୮, ଝାରସୁଗୁଡା ୮.୨, କେନ୍ଦୁଝର ୧୦.୨ ଡିଗ୍ରୀ, ସମ୍ବଲପୁର ୧୧.୪, ହୀରାକୁଦ ୧୨.୨, ଭୁବନେଶ୍ୱର ୧୨.୬ ଡିଗ୍ରୀ, ବାଲେଶ୍ୱର ୧୪.୨, ଗୋପାଳପୁର ୧୪.୩, ଚାନ୍ଦବାଲି ୧୪.୫, ପୁରୀ ୧୬.୬ ରେକର୍ଡ କରାଯାଇଛି । Post navigation Odisha Fire Safety: ୧୦ ଦିନ ଭିତରେ ଭୁବନେଶ୍ୱରର ସବୁ ବାର୍ରେ ଯାଞ୍ଚ ହେବ ଅଗ୍ନି ନିରାପତ୍ତା KISS Student Death Case: ଭୁବନେଶ୍ୱର କିସ୍ରେ ୯ମ ଶ୍ରେଣୀ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ