ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ରାଜସ୍ବ ମନ୍ତ୍ରୀଙ୍କ ଚେତାବନୀ । ଜବରଦଖଲ ସମସ୍ୟା ରାଜ୍ୟରେ ଦିନକୁ ଦିନ ବଢ଼ିଚାଲିଛି । ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ ରାଜ୍ୟ ସାରା ସମସ୍ତ ପ୍ରଭାବଶାଳୀ ଜମି ଜବରଦଖଲକାରୀଙ୍କୁ ଏକ କଡ଼ା ଚେତାବନୀ ଦେଇ କହିଛନ୍ତି ସମୟ ପୂର୍ବରୁ ଜମି ନଫେରାଇଲେ ଭରଣା କରିବାକୁ ପଡ଼ିବ ଉଚ୍ଛେଦ ଖର୍ଚ୍ଚ । ଜବରଦଖଲ କରାଯାଇଥିବା ଜମିର ଏକ ସମ୍ପୂର୍ଣ୍ଣ ଡାଟାବେସ୍ ପ୍ରସ୍ତୁତ କରିବାକୁ ତହସିଲଦାରମାନଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ସମସ୍ତ ୩୨୦ ତହସିଲରୁ ବିବରଣୀ ସଂଗ୍ରହ କରାଯିବ । ମନ୍ତ୍ରୀ ଆଉ ମଧ୍ୟ କହିଛନ୍ତି ଶିଳ୍ପ ଜମି, ରାଜସ୍ୱ ଜମି ଏବଂ ଜବରଦଖଲ କରାଯାଇଥିବା ଅଞ୍ଚଳ । ଆବଶ୍ୟକତା ପାଇଁ ଭୂମିହୀନ ଗରିବ ଜବରଦଖଲ କରିଥିଲେ ପାଇବେ ୪ ଡିସିମିଲ୍ । ପ୍ରଭାବଶାଳୀ ଜବରଦଖଲକାରୀ ଏବେ ବି ସମୟ ଅଛି ଛାଡ଼ି ଦିଅନ୍ତୁ । ଭୂମି ସନ୍ତୁଳନ କିମ୍ବା ରାଜସ୍ୱ ନିୟମାବଳୀରେ ବାଧା ସୃଷ୍ଟି କରୁଥିବା ଯେକୌଣସି ବ୍ୟକ୍ତିଙ୍କ ବିରୁଦ୍ଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । Post navigation Internet Shutdown In Malkangiri: ମାଲକାନଗିରି ଉତ୍ତେଜନା: ଆଉ ୧୨ ଘଣ୍ଟା ବଢ଼ିଲା ଇଣ୍ଟରନେଟ୍ କଟକଣା CM Distributes Appointment Letters: ନିଯୁକ୍ତି ପତ୍ର ବାଣ୍ଟିଲେ ମୁଖ୍ୟମନ୍ତ୍ରୀ, ତିନୋଟି ବିଭାଗରେ ନିଯୁକ୍ତି ପାଇଲେ ୫୯୧ ଜଣ