IND vs SA T20 Match at Barabati-know-where-to-park-your-vehicles
ଆଜି କଟକ ବାରବାଟୀରେ ବିଗ୍ ଫାଇଟ୍ । ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବ ପ୍ରଥମ ଟି-ଟ୍ୱେଣ୍ଟି ମ୍ୟାଚ୍ । ୫ ମ୍ୟାଚ୍‌ ଶୃଙ୍ଖଳାର ପ୍ରଥମ ମ୍ୟାଚ୍‌ ବାରବାଟୀରୁ ଆରମ୍ଭ ହେବ । ଆଜି ସନ୍ଧ୍ୟା ୭ଟାରେ ଖେଳାଯିବ ମ୍ୟାଚ୍ ।
 
ଫ୍ଲଡ୍ ଲାଇଟ ଯାଞ୍ଚ ସହ ତ୍ରୁଟିଶୂନ୍ୟ ମ୍ୟାଚ୍ ପାଇଁ ଲାଗିପଡ଼ିଛି ଓଡିଶା କ୍ରିକେଟ ଆସୋସିଏସନ । ମ୍ୟାଚ୍ ବେଳେ ସୁରକ୍ଷା ଦାୟିତ୍ୱରେ ରହିବେ ପ୍ରାୟ ୫୦ ପ୍ଲାଟୁନ୍ ଫୋର୍ସ ଓ ୩୦୦ରୁ ଅଧିକ ଅଧିକାରୀ । ପାର୍କିଂ ପାଇଁ ୬ଟି ସ୍ଥାନରେ ହୋଇଛି ବ୍ୟବସ୍ଥା ।
 
ସାଧାରଣ ଦର୍ଶକ କେଉଁଠି ପାର୍କିଂ କରିବେ, କେମିତି ସୁବିଧାରେ ଗାଡି ପାର୍କିଂ କରି ବାରବାଟୀରେ ପହଞ୍ଚି ପାରିବେ ସେ ନେଇ ବ୍ୟାପକ ବ୍ୟବସ୍ଥା କରାଯାଇଛି । ଜାଣନ୍ତୁ କେଉଁଠି କରିବେ ପାର୍କିଂ:
 
📌ଉପର ବାଲିଯାତ୍ରା ପଡ଼ିଆ ରିଂ ରୋଡ୍ – ସମସ୍ତ ଯାନ ଭିଆଇପି ପାଇଁ
 
📌ତଳ ବାଲିଯାତ୍ରା ପଡିଆ ରିଂ ରୋଡ୍ ସମସ୍ତ ଯାନ – ସାଧାରଣ ଦର୍ଶକ ପାଇଁ
 
📌କ୍ରିକେଟ ଏକାଡ଼ମୀ ପଡ଼ିଆ ୱା.ଏମ.ସି.ଏ ରାସ୍ତା ସମସ୍ତ ଯାନ – ଓସିଏ ସଦସ୍ୟ ଓ ଅନ୍ୟ ମାନ୍ୟଗଣ୍ୟ ବ୍ୟକ୍ତି ପାଇଁ
 
📌ଅଶ୍ୱଦ୍ୱାର ସାମ୍ନା କିଲ୍ଲା ଫୋର୍ଟ ରାସ୍ତା ସମସ୍ତ ଯାନ – ପାସ୍ ଧାରୀଙ୍କ ପାଇଁ
 
📌ଓସିଏ କ୍ଲବ ମଧୁସୂଦନ ସେତୁ – ପାସ୍ ଧାରୀ ଭିଆଇପି/ ମାନ୍ୟଗଣ୍ୟ ବ୍ୟକ୍ତିଙ୍କ ପାଇଁ
 
📌ଜାଭିୟର ସ୍କୁଲ ପାର୍କିଂ ଗେଟ୍ ନଂ ୧୪ – ସମସ୍ତ ଯାନ ଭିଆଇପିଙ୍କ ପାଇଁ

By Nirvay

Leave a Reply

Your email address will not be published. Required fields are marked *