ରାଜଧାନୀର ଇନ୍ଦିରା ଗାନ୍ଧି ସ୍ମାରକୀ ଆୟୁର୍ବେଦିକ ମେଡିକାଲ୍ କଲେଜକୁ ସୋ କଜ୍ ନୋଟିସ ଜାରି କରିଛି ସାଧାରଣ ପ୍ରଶାସନ ବିଭାଗ । କଲେଜର ସଭାପତି ସୁରେଶ କୁମାର ରାଉରତରାୟଙ୍କୁ କାରଣ ଦର୍ଶାଅ ନୋଟିସ୍ ଜାରି କରିଛି ବିଭାଗ । ଭୁବନେଶ୍ୱରସ୍ଥିତ ପୋଖରୀପୁଟ ମୌଜାରେ ରହିଛି ଏହି କଲେଜ । ଲିଜ ନିୟମର ଉଲ୍ଲଙ୍ଘନ କରି ବାଣିଜ୍ୟିକ କାର୍ଯ୍ୟରେ ଲାଗିଥିବା ଅଭିଯୋଗ ହେବା ପରେ ୧୫ ଦିନ ଭିତରେ କାରଣ ଦର୍ଶାଅ ନୋଟିସ୍ ର ଉତ୍ତର ଦେବାକୁ ନିର୍ଦ୍ଦେଶ ଦିଆଯାଇଛି । ୧୫ ଦିନ ଭିତରେ ଉତ୍ତର ନ ମିଳିଲେ କାର୍ଯ୍ୟାନୁଷ୍ଠାନ ହେବ ବୋଲି କହିଛି ସାଧାରଣ ପ୍ରଶାସନ ବିଭାଗ । Post navigation Group Clash In Malkangiri: ମାଲକାନଗିରିରେ ତେଜୁଛି ହିଂସା; ପହଞ୍ଚିଲେ ପୋଲିସ ଡିଜି ଖୁରାନିଆ Additional Appropriation Bill: ବିଧାନସଭାରେ ପାରିତ ହେଲା ଅତିରିକ୍ତ ବ୍ୟୟମଞ୍ଜୁରୀ ବିଲ୍