ନିଆଁରେ ପୋଡ଼ି ରାଜଗାଙ୍ଗପୁର ଲାଞ୍ଜିବେରନାର ଗୁରୁତର ଛାତ୍ରୀଙ୍କ ମୃତ୍ୟୁ । ରାଉରକେଲା ସ୍ଥିତ ଇସ୍ପାତ ଜେନେରାଲ ହସ୍ପିଟାଲରେ ଯୁକ୍ତତିନି ଛାତ୍ରୀଙ୍କ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି । ନିଜ ଶରୀରରେ କିରୋସିନ ଢାଳି ନିଜକୁ ଜାଳି ଦେଇଥିଲେ ନାବାଳିକା ଛାତ୍ରୀ । ୯୦% ପୋଡ଼ି ଯାଇ ମୁମୂର୍ଷୁ ଅବସ୍ଥାରେ IGHରେ ଭର୍ତ୍ତି ହୋଇଥିଲେ। ଆଜି ତାଙ୍କର ମୃତ୍ୟୁ ହୋଇଛି । ସ୍ବାସ୍ଥାବସ୍ଥା ସ୍ଥିର ରହିଥିଲେ ତାଙ୍କୁ ଅଧିକ ଚିକିତ୍ସା ପାଇଁ ଏୟାରଲିଫ୍ଟ କରାଯାଇଥାନ୍ତା । ତା ପୂର୍ବରୁ ସେ ଜୀବନ ଯୁଦ୍ଧରେ ହାରି ଯାଇଛନ୍ତି । ଏହି ଘଟଣାରେ ଜଣେ ଅଭିଯୁକ୍ତକୁ ଗିରଫ କରି ତଦନ୍ତ ଚଳାଇଛି ପୋଲିସ । ସୂଚନା ଅନୁଯାୟୀ, ଜଣେ ପୁରୁଷ ମୃତ ନାବାଳିକାଙ୍କୁ ବାରମ୍ବାର ହଇରାଣ କରୁଥିଲା । ଶେଷରେ କିଛି ଉପାୟ ନପାଇ ନାବାଳିକା ଜଣଙ୍କ ପଟ୍ରୋଲ ଢାଳି ନିଜ ଦେହଆଖିବୁଜିଲେରେ ନିଆଁ ଲଗାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହାପରେ ନାବାଳିକାଙ୍କୁ ଗୁରୁତର ଅବସ୍ଥାରେ ରାଉରକେଲା ଇସ୍ପାତ ଜେନେରାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ଥିବା ବର୍ଣ୍ଣ ଓ୍ୱାର୍ଡରେ ନାବାଳିକାଙ୍କ ଚିକିତ୍ସା ଚାଲିଥିଲା । ଏହି ସମୟରେ ସ୍ୱାସ୍ଥ୍ୟମନ୍ତ୍ରୀ ଡାକ୍ତର ମୁକେଶ ମହାଲିଙ୍ଗ ରବିବାର ହସ୍ପିଟାଲ ପରିଦର୍ଶନ କରିଥିଲେ ଏବଂ ପୀଡିତାଙ୍କ ମାଆଙ୍କୁ ଭେଟି ଡାକ୍ତରଙ୍କ ସହ ତାଙ୍କର ଚିକିତ୍ସା ବିଷୟରେ ଆଲୋଚନା କରିଥିଲେ। ପ୍ରୟାସ ସତ୍ତ୍ୱେ, ଛାତ୍ରୀଙ୍କ ଅବସ୍ଥା ସଙ୍କଟାପନ୍ନ ରହିଛି ଏବଂ ସେ ତାଙ୍କ ଜୀବନ ପାଇଁ ସଂଘର୍ଷ କରୁଛନ୍ତି। ଜୀବନ ଯୁଦ୍ଧରେ ସଂଗ୍ରାମ କରି ହାରିଯାଇଛନ୍ତି ରାଜରାଙ୍ଗପୁର ନାବାଳିକା । ମୃତ୍ୟୁ ଖବର ଶୁଣି ପୁରା ଗାଁରେ ଶୋକର ଛାୟା ଖେଳିଯାଇଛି । ସେପଟେ ଏହି ଘଟଣାରେ ପୋଲିସ ଜଣଙ୍କୁ ଗିରଫ କରି ଜେଲ ପଠାଇଛି । Post navigation IND vs SA T20 Match: ଆଜି ବାରବାଟୀରେ ନେଟ୍ ପ୍ରାକ୍ଟିସ୍; ଦେଖିପାରିବେ ସାଧାରଣ ଲୋକ Tension Between Two Villages In Malkangiri:ମାଲକାନଗିରିର ଦୁଇ ଗାଁ ମଧ୍ୟରେ ଉତ୍ତେଜନା; BNS ୧୬୩ ଜାରି