ପୁଣି ରାଜଧାନୀରେ ଜୀବନ ନେଲା ଆମ ବସ୍ । ବାଣୀବିହାର, ସତସଙ୍ଗ ବିହାର ଛକରେ ବାଇକ ଆରୋହୀଙ୍କୁ ଧକ୍କା ଦେଲା ଆମ ବସ୍ । ଆମ ବସ୍ ମାଡିଯିବାରୁ ଘଟଣା ସ୍ଥଳରେ ବାଇକ ଆରୋହୀଙ୍କର ମୃତ୍ୟୁ ହୋଇଛି । ଏନେଇ ସେଠାରେ ଉତ୍ତେଜନା ଦେଖାଦେଇଛି । ସ୍ଥାନୀୟ ଲୋକେ କ୍ଷତିପୂରଣ ଦାବିରେ ବସଟିକୁ ଅଟକାଇବା ସହ ରାସ୍ତା ଅବରୋଧ କରିଛନ୍ତି । ପୂର୍ବରୁ, ରାଜଧାନୀରେ ମୋ ବସ୍ ବାରମ୍ବାର ଦୁର୍ଘଟଣା ଘଟାଉଥିବାବେଳେ ଓଡ଼ିଶା ମାନବାଧିକାର ଆୟୋଗଙ୍କ ନିକଟରେ ଅଭିଯୋଗ ପହଞ୍ଚିଛି । ଥରେ କି ଦୁଇଥର ନୁହେଁ ବରଂ ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ମୋ ବସ୍ । ଏବେ ପ୍ରଶ୍ନ, କାହିଁକି ବାରମ୍ବାର ଦୁର୍ଘଟଣାଗ୍ରସ୍ତ ହେଉଛି ମୋ ବସ୍? Post navigation Gram Panchayat Peon Recruitment: ଗ୍ରାମ ପଞ୍ଚାୟତ ପିଅନ ପଦ ସୃଷ୍ଟି ନେଇ ମିଥ୍ୟା ପ୍ରଚାର ବିରୋଧରେ ଏଫ୍ଆଇଆର୍