ଫେବୃଆରୀ ୧୯ରେ ମାଟ୍ରିକ ପରୀକ୍ଷା । ଚଳିତ ବର୍ଷ ମାଟ୍ରିକ୍ ପରୀକ୍ଷା ପାଇଁ ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ସୂଚୀ ପ୍ରକାଶ ପାଇଛି । ଫେବୃଆରୀ ୧୯ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିବ ପରୀକ୍ଷା । ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ପରୀକ୍ଷା ତାରିଖ ଘୋଷଣା ହୋଇଛି । ଚଳିତ ଥର ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର୍ ଛାତ୍ରାଛାତ୍ରୀଙ୍କ ପରୀକ୍ଷା ସମୟ ଏବଂ ପ୍ରଶ୍ନ ପତ୍ର ସମାନ ରଖାଯାଇଛି । ଉଭୟ ରେଗୁଲାର୍ ଏବଂ ଏକ୍ସ ରେଗୁଲାର୍ ପରୀକ୍ଷା ଗୋଟିଏ ସିଟିଂ ଏବଂ ଗୋଟିଏ ପ୍ରଶ୍ନପତ୍ରରେ ହେବ । ପରୀକ୍ଷା ପ୍ରତ୍ୟେକ ଦିନ ସକାଳ ୯ଟାରୁ ଆରମ୍ଭ ହୋଇ ପୂର୍ବାହ୍ନ ୧୧ଟା ୩୦ରେ ଶେଷ ହେବ । କେବଳ ଗଣିତ ପରୀକ୍ଷା ପାଇଁ ଅତିରିକ୍ତ ୧୫ ମିନିଟ୍ ସମୟ ଦିଆଯିବ । ଗଣିତ ପରୀକ୍ଷା ୧୧ଟା ୪୫ ରେ ଶେଷ ହେବ । ପରୀକ୍ଷାରେ ୫୦ ମାର୍କର ଅବଜେକ୍ଟିଭ୍ ଏବଂ ୫୦ ମାର୍କ ସବଜେକ୍ଟିଭ୍ ରହିବ । ଅବଜେକ୍ଟିଭ୍ ଓଏମ୍ଆର୍ ଉତ୍ତର ସିଟ୍ ଏବଂ ସବଜେକ୍ଟିଭ୍ ପ୍ରଶ୍ନର ଉତ୍ତର ଖାତାରେ ସଂଲଗ୍ନ କରି ଦେବାକୁ ହେବ । ଫେବ୍ରୁଆରୀ ୧୯ ପ୍ରଥମ ଦିନ (ଗୁରୁବାର)ରେ ମାତୃଭାଷା ପାଇଁ ପରୀକ୍ଷା ଅନୁଷ୍ଠିତ ହେବ । ଦ୍ୱିତୀୟ ଦିନରେ ଫେବୃଆରୀ ୨୧ (ଶନିବାର)ରେ ଦ୍ୱିତୀୟ ଭାଷା ଇଂରାଜୀ, ଫେବୃଆରୀ ୨୩, ତୃତୀୟ ଦିନ (ବୁଧବାର)ରେ ତୃତୀୟ ଭାଷା ସଂସ୍କୃତ/ ହିନ୍ଦୀ ବିଷୟରେ ଛାତ୍ରଛାତ୍ରୀମାନେ ପରୀକ୍ଷା ହେବେ । ଫେବୃଆରୀ ୨୫ ଚତୁର୍ଥ ଦିନ (ବୁଧବାର)ରେ ବିଜ୍ଞାନ ପରୀକ୍ଷା, ଫେବୃଆରୀ ୨୭, ପଞ୍ଚମ ଦିନ (ଶୁକ୍ରବାର)ରେ ସାମାଜିକ ବିଜ୍ଞାନ ଓ ମାର୍ଚ୍ଚ ୨ ଷଷ୍ଠ ଦିନ (ସୋମବାର)ରେ ଗଣିତ ପରୀକ୍ଷା ଅନୁଷ୍ଠିତ ହେବ । Post navigation Barabati Tickets: ଆରମ୍ଭ ହେଲା ବାରବାଟୀରେ ଅଫଲାଇନ୍ ଟିକେଟ୍ ବିକ୍ରି Nandankanan: ନନ୍ଦନକାନନକୁ ଆସିଲେ ନୂଆ ଅତିଥି