ଭାରତରେ ପହଞ୍ଚିଲେ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ । ପୁଟିନ ଦିଲ୍ଲୀର ପାଲମ ବିମାନବନ୍ଦରରେ ଅବତରଣ କରିବାମାତ୍ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଟିନଙ୍କୁ ଭବ୍ୟ ସ୍ୱାଗତ କରିବା ସହ ତାଙ୍କୁ ଆଲିଙ୍ଗନ କରିଥିଲେ ଏବଂ ଉପସ୍ଥିତ ସମସ୍ତ ଅଧିକାରୀଙ୍କ ସହିତ ପରିଚିତ କରାଇଥିଲେ । ଦୁଇ ନେତା ଗୋଟିଏ କାରରେ ଲୋକ କଲ୍ୟାଣ ମାର୍ଗ ସ୍ଥିତି ପ୍ରଧାନମନ୍ତ୍ରୀଙ୍କ ବାସଭବନକୁ ଯାଇଛନ୍ତି । ପ୍ରଧାନମନ୍ତ୍ରୀ ମୋଦି ଆଜି ରାତିରେ ପୁଟିନଙ୍କ ସମ୍ମାନରେ ଏକ ବ୍ୟକ୍ତିଗତ ରାତ୍ରୀଭୋଜନ ଆୟୋଜନ କରିଛନ୍ତି । ଆସନ୍ତା କାଲି, ୨୩ ତମ ଭାରତ-ରୁଷ ସମ୍ମିଳନୀ ପରେ ଉଭୟ ଦେଶ ମଧ୍ୟରେ ପ୍ରତିରକ୍ଷା ଠାରୁ ଆରମ୍ଭ କରି ବାଣିଜ୍ୟକୁ ନେଇ ଏକାଧିକ ବୁଝାମଣା ସ୍ୱାକ୍ଷରିତ ହେବ ।ପୁଟିନଙ୍କ ଭାରତରେ ପହଞ୍ଚିବା ପୂର୍ବରୁ ଉପପ୍ରଧାନମନ୍ତ୍ରୀ ଡେନିସ ମାଣ୍ଟୁରୋଭ, ପ୍ରତିରକ୍ଷା ମନ୍ତ୍ରୀ ସେରଗେଇ ଶୋଇଗୁ ଏବଂ କୃଷି ମନ୍ତ୍ରୀ ଦିମିତ୍ରୀ ପେଟ୍ରୋଭ ଦିଲ୍ଲୀରେ ପହଞ୍ଚିଥିଲେ । କୌଣସି ବିଶ୍ୱସ୍ତରୀୟ ନେତାଙ୍କୁ ମୋଦି ନିଜେ ଏୟାରପୋର୍ଟକୁ ଯାଇ ସ୍ୱାଗତ କରିବା ସାଧାରଣତଃ ଦେଖିବାକୁ ମିଳି ନଥାଏ । ବାଣିଜ୍ୟ, ଅର୍ଥନୀତି, ସ୍ୱାସ୍ଥ୍ୟସେବା, ଶିକ୍ଷା, ସଂସ୍କୃତି ଏବଂ ଗଣମାଧ୍ୟମ ସହିତ ଜଡିତ କ୍ଷେତ୍ର ସମେତ ଅନେକ ଚୁକ୍ତି ସ୍ୱାକ୍ଷରିତ ହେବାର ଅନୁମାନ କରାଯାଉଛି । Post navigation BJD Press Meet: ରାଜ୍ୟର ସ୍ୱାସ୍ଥ୍ୟ ବ୍ୟବସ୍ଥା ବିଗିଡ଼ିବାରେ ଲାଗିଛି, ସରକାରଙ୍କ ନିଘା ନାହିଁ: ବିଜେଡି