South Africa wins 2nd ODI against India by 4 wickets
ଭାରତ ବିପକ୍ଷରେ ଦକ୍ଷିଣ ଆଫ୍ରିକା ୪ ୱିକେଟ୍‌ରେ ବିଜୟୀ ହୋଇଛି । ରାୟପୁରସ୍ଥିତ ସହିଦ ବୀରନାରାୟଣ ସିଂହ ଷ୍ଟାଡିୟମରେ ଖେଳାଯାଇଥିବା ଦ୍ୱିତୀୟ ଦିନିକିଆରେ ଦକ୍ଷିଣ ଆଫ୍ରିକା ୩୫୯ ରନ୍‌ର ବିଜୟ ଲକ୍ଷ୍ୟକୁ ଶେଷ ଓଭରରେ ୪ ବଲ୍ ବାକିଥାଇ ପୂରା କରିଛି ।
 
ଏହି ବିଜୟ ସହିତ ତିନି ମ୍ୟାଚ୍‌ ବିଶିଷ୍ଟ ଶୃଙ୍ଖଳାକୁ ୧-୧ରେ ପହଞ୍ଚାଇ ପାରିଛି ଦକ୍ଷିଣ ଆଫ୍ରିକା । ତୃତୀୟ ତଥା ଅନ୍ତିମ ଦିନିକିଆ ବିଶାଖାପାଟଣାରେ ଆସନ୍ତା ୬ ତାରିଖରେ ଖେଳାଯିବ ।
 
ଏହି ମ୍ୟାଚ୍‌ରେ ପ୍ରଥମେ ବ୍ୟାଟିଂ କରି ଭାରତ ୫ ୱିକେଟ ହରାଇ ୩୫୮ ରନ୍‌ କରିଥିଲା । ତେବେ ଦକ୍ଷିଣ ଆଫ୍ରିକା ୪୯.୨ ଓଭରରେ ୩୫୯ ରନ୍‌ ସଂଗ୍ରହ କରି ଭାରତ ବିପକ୍ଷରେ ମ୍ୟାଚ୍‌ ଜିତିଛି ।
 
ବିରାଟ କୋହଲି ତାଙ୍କର ୫୩ତମ ଦିନିକିଆ ଶତକ (୧୦୨ ରନ୍) ଏବଂ ଋତୁରାଜ ଗାଏକୱାଡ୍ ତାଙ୍କର ପ୍ରଥମ ଦିନିକିଆ ଶତକ (୧୦୫ ରନ୍) ହାସଲ କରିଥିଲେ । ସେଇଭଳି ଦକ୍ଷିଣ ଆଫ୍ରିକା ପକ୍ଷରୁ ଆଡେନ ମାର୍କମ ୧୧୦ ରନ୍ କରିଥିଲେ ।

By Nirvay

Leave a Reply

Your email address will not be published. Required fields are marked *