ପୂର୍ବତନ ସାଂସଦ ତଥା ବିଜେଡି ନେତା ପ୍ରଦୀପ ମାଝୀଙ୍କ ବିରୋଧରେ ଥାନାରେ ମାମଲା ରୁଜୁ ହୋଇଛି । ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଜିଲ୍ଲାପାଳ ତଥା ଅନ୍ୟ ସରକାରୀ ଅଧିକାରୀଙ୍କ ସମ୍ମୁଖରେ ଗୁଳି କରିବା ଧମକ ଦେବା ଘଟଣାରେ ପ୍ରଦୀପ ମାଝୀଙ୍କ ବିରୋଧରେ ମାମଲା ରୁଜୁ ହୋଇଛି । BNS ୧୨୬ (୨), ୨୨୧, ୩୫୧ (୩) ଦଫାରେ ମାମଲା ରୁଜୁ ହୋଇଛି । ଗତ ମାସ ୨୦ ତାରିଖରେ ପ୍ରେସର କୁକୁର ଫାଟି କୋଷାଗୁମୁଡା ବ୍ଲକ କାକଡ଼ି ସେମଳା ସ୍କୁଲ ଛାତ୍ର ଧନେଶ୍ୱର ଭତ୍ରା ଆହତ ହୋଇଥିଲା । ତେବେ ସ୍କୁଲ ଓ ହଷ୍ଟେଲ କର୍ତ୍ତୃପକ୍ଷ ତାଙ୍କୁ ଡାକ୍ତରଖାନା ନ ନେଇ ହଷ୍ଟେଲ ଭିତରେ ଦୀର୍ଘ ୯ ଦିନ ଧରି ତାଲା ପକାଇ ରଖିଥିଲେ । କୌଣସି ସୂତ୍ରରୁ ଖବର ପାଇ ପ୍ରଦୀପ ମାଝୀ ହଷ୍ଟେଲ ପାଚେରି ଡେଇଁ ତାଙ୍କୁ ଉଦ୍ଧାର କରିଥିଲେ । ତେବେ ଛାତ୍ର ଆହତ ଘଟଣାକୁ ନେଇ ନବରଙ୍ଗପୁର ଜିଲ୍ଲା ମଙ୍ଗଳ ଅଧିକାରୀଙ୍କୁ ଧମକ ଦେଇଥିଲେ ପ୍ରଦୀପ ମାଝୀ । Post navigation Jana Vishwas Bill: ବିଧାନସଭାରେ ପାରିତ ହେଲା ଜନ ବିଶ୍ବାସ ବିଲ୍ ୨୦୨୫