ହଂକଂ ହାଇ ରାଇଜ ବିଲ୍ଡିଙ୍ଗ ଅଗ୍ନିକାଣ୍ଡ । ହଂକଂର ତାଇ ପୋ ଜିଲ୍ଲାରେ ଏକ ୩୧ ମହଲା ବିଶିଷ୍ଟ ଆପାର୍ଟମେଣ୍ଟ ରେ ଏକ ଭୟଙ୍କର ଅଗ୍ନିକାଣ୍ଡ । ଏହି ଘଟଣାରେ ମୃତ୍ୟୁ ସଂଖ୍ୟା ୪୪କୁ ବୃଦ୍ଧି ହୋଇଥିବା ବେଳେ ୩୦୦ରୁ ଅଧିକ ନିଖୋଜ ଅଛନ୍ତି। ଏହା ସହ ଏଥିରେ ୧୫ରୁ ଅଧିକ ଗୁରୁତର ଆହତ ହୋଇଛନ୍ତି । ଏହି ଅଗ୍ୱିକାଣ୍ଡରେ ମୃତ୍ୟୁ ସଂଖ୍ୟ ବଢିବାରେ ଲାଗିଛି ।

ସିଏନଏନ କହିଛି ଯେ ନିଖୋଜମାନଙ୍କୁ ଖୋଜିବା ପାଇଁ ପ୍ରୟାସ ଚାଲିଛି। ନିଆଁ ଲାଗି ରହିଥିବାରୁ ଉପର ମହଲାରେ ଫସି ରହିଥିବା ବାସିନ୍ଦାଙ୍କ ପାଖକୁ ପହଞ୍ଚିବାକୁ ଅଗ୍ନିଶମ କର୍ମଚାରୀମାନେ ସଂଘର୍ଷ କରୁଛନ୍ତି। ସେହିପରି ଆପାର୍ଟମେଣ୍ଟରୁ ପ୍ରାୟ ୭୦୦ ଜଣଙ୍କୁ ଉଦ୍ଧାର କରି ଅସ୍ଥାୟୀ ସେଲଟରକୁ ପଠାଯାଇଛି। ରେସକ୍ୟୁ ଅପରେସନରେ ଲାଗିଛନ୍ତି ଅଗ୍ନିଶମ ବାହିନୀ ଓ ପୋଲିସ।

ଏହି କମ୍ପ୍ଲେକ୍ସର ପାଖକୁ ପାଖ ଲାଗି ଥିବା ୮ଟି ବିଲଡିଂକୁ ବ୍ୟାପିଥିଲା ନିଆଁ। ଯେଉଁଥିରେ ପ୍ରାୟ ୨୦୦୦ ଫ୍ଲାଟ ରହିଛି।  ନିଆଁ ଲିଭା କାମରେ ୧୨୮ଟି ଫାୟାର ଟ୍ରକ୍ ଓ ୭୬୭ ଫାୟାର ଫାଇଟର ଲାଗିଛନ୍ତି। ଘଟଣାସ୍ଥଳରେ ୫୭ଟି ଆମ୍ବୁଲାନ୍ସ ନିୟୋଜିତ ରହିଛି। ତେବେ କେମିତି ନିଆଁ ଲାଗିଲା ପ୍ରକୃତ କାରଣ ଅସ୍ପଷ୍ଟ ରହିଛି। । ଏହି ଅଗ୍ନିକାଣ୍ଡକୁ ହଙ୍ଗକଙ୍ଗ୍‌ର ୩୦ ବର୍ଷ ମଧ୍ୟରେ ସବୁଠାରୁ ଭୟଙ୍କର ବୋଲି କୁହାଯାଉଛି।

ତାଇ ପୋ ଜିଲ୍ଲାରେ ଅବସ୍ଥିତ ଏହି ଅଗ୍ନିକାଣ୍ଡ ପ୍ରାୟ ୧୬ ଘଣ୍ଟା ଧରି ଜଳିଥିଲା, ଏବଂ ଅଗ୍ନିଶମ କର୍ମଚାରୀମାନେ ତିନୋଟି ସର୍ବାଧିକ ପ୍ରଭାବିତ ଟାୱାର ଉପରେ ସେମାନଙ୍କର ଧ୍ୟାନ କେନ୍ଦ୍ରିତ କରୁଛନ୍ତି।

Leave a Reply

Your email address will not be published. Required fields are marked *