ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜିଠୁ ତିନି ଦିନିଆ ଦକ୍ଷିଣ ଆଫ୍ରିକା ଗସ୍ତରେ ଯାଇଛନ୍ତି । ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଆୟୋଜିତ ହୋଇଥିବା ଜି-୨୦ ଲିଡର୍ସ ସମ୍ମିଳନୀରେ ପ୍ରଧାନମନ୍ତ୍ରୀ ଯୋଗ ଦେବେ । ଦକ୍ଷିଣ ଆଫ୍ରିକାରେ ପହଞ୍ଚିବା ପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ପ୍ରବାସୀ ଭାରତୀୟ ଏବଂ ଛୋଟ ଛୋଟ ଶିଶୁମାନେ ଗଣେଶ ବନ୍ଦନା ଗାଇ ଭବ୍ୟ ସ୍ୱାଗତ ପ୍ରଦାନ କରିଥିଲେ । ପ୍ରଧାନମନ୍ତ୍ରୀ ମୋଦିଙ୍କ ସମେତ ଅନେକ ରାଷ୍ଟ୍ରମୁଖ୍ୟମାନେ ମଧ୍ୟ ଏହି ସମ୍ମଳନୀରେ ଯୋଗ ଦେବେ । ଏହି କାର୍ଯ୍ୟକ୍ରମରେ ପ୍ରଧାନମନ୍ତ୍ରୀ ମୋଦି G-20 ଏଜେଣ୍ଡା ଉପରେ ଭାରତର ଦୃଷ୍ଟିକୋଣ ଉପସ୍ଥାପନ କରିବେ ବୋଲି ସୂଚନା ମିଳିଛି । ପ୍ରଧାନମନ୍ତ୍ରୀ ମୋଦି G-20 ଶିଖର ସମ୍ମିଳନୀର ତିନୋଟି ମୁଖ୍ୟ ଅଧିବେଶନକୁ ସମ୍ବୋଧିତ କରିବେ ବୋଲି ଆଶା କରାଯାଉଛି । ସେହି ଅଧିବେଶନଗୁଡିକ ହେଉଛି:- 📌ଆର୍ଥିକ ବିକାଶ ପାଇଁ ବାଣିଜ୍ୟର ଭୂମିକା, ବିକାଶ ପାଇଁ ଆର୍ଥିକ ସହାୟତା ଏବଂ ଋଣର ବୋଝ 📌ବିପର୍ଯ୍ୟୟ ବିପଦ ହ୍ରାସ, ଜଳବାୟୁ ପରିବର୍ତ୍ତନ 📌ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସି ଦ୍ୱାରା ସୃଷ୍ଟି ହୋଇଥିବା ସୁଯୋଗ ଏବଂ ବିପଦ Post navigation Kolkata Earthquake: କୋଲକାତାରେ ଭୂକମ୍ପ ଝଟକା, ତୀବ୍ରତା ୫.୨ ରେକର୍ଡ World’s First Black Tiger Safari: ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ