ଉପନିର୍ବାଚନ ରେ ସକ୍ରିୟ ଅଂଶ ଗ୍ରହଣ କରିଥିବା ଏବଂ ନିର୍ବାଚନ ପ୍ରକ୍ରିୟାରେ ସହଯୋଗ କରିଥିବା ନୂଆପଡ଼ାର ଜନତାଙ୍କୁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ଆନ୍ତରିକ ଧନ୍ୟବାଦ ଜଣାଇଛନ୍ତି । ଏକ ସାମ୍ବାଦିକ ସମ୍ମିଳନୀରେ ବିଜେପିର ପୂର୍ବତନ ରାଜ୍ୟ ସଭାପତି ବସନ୍ତ ପଣ୍ଡା ଏବଂ ସମ୍ବଲପୁର ବିଧାୟକ ଜୟନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ସାମଲ ନୂଆପଡ଼ା ଉପ ନିର୍ବାଚନ ସୁରୁଖୁରୁରେ ନିରପେକ୍ଷ ଭାବେ ସମାପ୍ତି ହୋଇଛି ବୋଲି କହିଛନ୍ତି । ନୂଆପଡା ନିର୍ବାଚନକୁ ପରିଚାଳନା କରିଥିବା ପୋଲିସ ପ୍ରଶାସନ, ଅନ୍ୟ ସମସ୍ତ ପ୍ରଶାସନିକ ଅଧିକାରୀ ଏବଂ ସାମ୍ବାଦିକ ବନ୍ଧୁମାନଙ୍କୁ ମଧ୍ୟ ସାମଲ ହୃଦୟରୁ ଧନ୍ୟବାଦ ଜଣାଇଛନ୍ତି । କହିରଖୁଛୁ ଯେ, ନୂଆପଡ଼ା ଉପ ନିର୍ବାଚନରେ ଏଥର ରେକର୍ଡ ସଂଖ୍ୟକ ଭୋଟ୍ନୂଆପଡ଼ାଦାନ ହୋଇଛି । ମଙ୍ଗଳବାର ଦିନ ରାତ୍ରି ୧୧ ଟା ବେଳକୁ ନୂଆପଡା ରେ ରେକର୍ଡ ୮୧.୭୨ ପ୍ରତିଶତ ଭୋଟର ସେମାନଙ୍କର ମତାଧିକାର ସାବ୍ୟସ୍ତ କରିଥିଲେ । Post navigation Nuapada Bye-Election: ନୂଆପଡ଼ାରେ ରେକର୍ଡ ଭୋଟିଂ;୮୧% ରୁ ଅଧିକ ମତଦାନ Prathamastami: ଆଜି ପ୍ରଥମାଷ୍ଟମୀ; ପୋଢୁଆଁ ହେବେ ବଡଠାକୁର