delhi-govt-announces-ex-gratia-of-rs-10-lakh-for-kin-of-delhi-blast-victims
ଦିଲ୍ଲୀର ଲାଲକିଲ୍ଲା ନିକଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ଦେଶକୁ ଥରାଇ ଦେଇଛି । ଦିଲ୍ଲୀ ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଲାଲକିଲ୍ଲା ବିସ୍ଫୋରଣରେ ମୃତ୍ୟୁବରଣ କରିଥିବା ମୃତକଙ୍କ ପରିବାର ଏବଂ ଆହତଙ୍କ ପାଇଁ କ୍ଷତିପୂରଣ ଘୋଷଣା କରିଛନ୍ତି ।
 
ପ୍ରତ୍ୟେକ ମୃତକଙ୍କ ପରିବାରକୁ ୧୦ ଲକ୍ଷ ଟଙ୍କାର ସହାୟତା ପ୍ରଦାନ କରାଯିବ । ସେହିଭଳି ସମ୍ପୂର୍ଣ୍ଣ ଅକ୍ଷମ ହୋଇଥିଲେ ଓ ଗୁରୁତର ଆହତଙ୍କ ପାଇଁ ୫ ଲକ୍ଷ ଟଙ୍କାର ଅନୁକମ୍ପା ରାଶି ଘୋଷଣା କରିଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ।
 
କହିରଖୁଛୁ ଯେ, ଦିଲ୍ଲୀ ବିସ୍ଫୋରଣରେ ୯ ଜଣଙ୍କର ମୃତ୍ୟୁ ହୋଇଛି ଏବଂ ୨୦ ରୁ ଅଧିକ ଆହତ ହୋଇଛନ୍ତି ଏବଂ ସେମାନଙ୍କୁ ଚିକିତ୍ସା ପାଇଁ LNJP ଘୋଷଣା କରିଛନ୍ତି।ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।
 
ଦିଲ୍ଲୀ ନିକଟରେ ହୋଇଥିବା କାର ବିସ୍ଫୋରଣର ପ୍ରାରମ୍ଭିକ ତଦନ୍ତରୁ ଜଣାପଡିଛି ଯେ ବିସ୍ଫୋରଣ ଏକ ସାଧାରଣ ଆତ୍ମଘାତୀ ଆକ୍ରମଣ ନୁହେଁ, ଭୟଭୀତରୁ ବିସ୍ଫୋରଣ ହୋଇଛି
 
ଦିଲ୍ଲୀ-NCR ଓ ଫରିଦାବାଦରେ କଡ଼ା ସୁରକ୍ଷା ଯାଞ୍ଚରେ ସନ୍ଦିଗ୍ଧ ଫସିଥିଲା ସନ୍ଦିଗ୍ଧ ଖସିଯିବାକୁ ଅଥବା ବିସ୍ଫୋରକକୁ ଅନ୍ୟତ୍ର ସ୍ଥାନାନ୍ତର ବେଳେ ଫୁଟିବା ସନ୍ଦେହ କରାଯାଉଛି । ପ୍ରାଥମିକ ରିପୋର୍ଟ ଅନୁସାରେ ଆତ୍ମଘାତୀ ନୁହେଁ, ଦୁର୍ଘଟଣାଜନିତ ବିସ୍ଫୋରଣ ।

By Nirvay

Leave a Reply

Your email address will not be published. Required fields are marked *