ନୂଆପଡ଼ା ବିଧାନସଭା ଉପନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ ରୋଡ୍‌ ଶୋ’ । ଉଦ୍ୟାନବନ୍ଧରୁ ରୋଡ୍‌ ଶୋ’ରେ ଯାଇ ସଭାମଞ୍ଚରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ । ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ଅପରାହ୍‌ଣରେ କୋମନାରେ ପ୍ରଚାର କରିଛନ୍ତି। ଏହି ଅବସରରେ ସେ ଏକ ବିରାଟ ରୋଡ୍‌‌ ଶୋ’ କରିଛନ୍ତି।

ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କ ଏହି ଗସ୍ତ ପାଇଁ ଉତ୍ସାହିତ ନୂଆପଡ଼ାବାସୀ । ବିଜେପି ପ୍ରାର୍ଥୀ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କଲେ ମୁଖ୍ୟମନ୍ତ୍ରୀ । ଏହି ଅବସରରେ ମୋହନ ଚରଣ ମାଝୀ କହିଛନ୍ତ ନୂଆପଡ଼ାର ବିକାଶ ପାଇଁ ଆସିଛି । ଜୟ ଢୋଲକିଆ ନିର୍ବାଚନରେ ବିଜୟୀ ହେଲେ ଦାବି ଉପସ୍ଥାପନ କରିପାରିବେ ।

ଏହି ରୋଡ୍‌ ଶୋ’ରେ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓ, ବିଜେପି ସଭାପତି ମନମୋହନ ସାମଲ, କଳାହାଣ୍ଡି ସାଂସଦ ମାଳବିକା ଦେବୀ, ବରିଷ୍ଠ ନେତା ବସନ୍ତ ପଣ୍ଡା ଓ ଅନ୍ୟମାନେ ମଧ୍ୟ ଏଥିରେ ସାମିଲ ହୋଇଛନ୍ତି। ସେହିପରି ହଜାର ହଜାର ବିଜେପି ସମର୍ଥକ ଓ କର୍ମୀଙ୍କ ଭିଡ଼ ରହିଛି।

ଏହାପୂର୍ବରୁ ଛତିଶଗଡ଼ ମୁଖ୍ୟମନ୍ତ୍ରୀ ବିଷ୍ଣୁଦେଓ ସାଏ ମଧ୍ୟ ନୂଆପଡ଼ା ବ୍ଲକ୍‌ରେ ଜୟ ଢୋଲକିଆଙ୍କ ପାଇଁ ପ୍ରଚାର କରିଛନ୍ତି।

Leave a Reply

Your email address will not be published. Required fields are marked *