ହୀରାକୁଦ କାଲୁ ବାହାଦୁର ହତ୍ୟା ମାମଲାର ୨୪ ଘଣ୍ଟା ଭିତରେ ସମସ୍ତ ୬ ଅଭିଯୁକ୍ତଙ୍କୁ ବାନ୍ଧିଲା ପୋଲିସ।ଅଭିଯୁକ୍ତଙ୍କ ନିକଟରୁ ହତ୍ୟାରେ ବ୍ୟବହୃତ ମାରାଣାସ୍ତ୍ର ଜବତ କରାଯାଇଛି । ଗତକାଲି ସନ୍ଧ୍ୟାରେ ବିଚ୍ ରାସ୍ତାରେ କାଲୁକୁ ହତ୍ୟା କରାଯାଇଥିଲା । ପୂର୍ବରୁ କାଲୁ ନାଁରେ ମଧ୍ୟ ଅନେକ ଅପରାଧିକ ମାମଲା ରହିଛି । ସୂଚନା ଯୋଗ୍ୟ; ଗତକାଲି ସନ୍ଧ୍ୟା ସମୟରେ କାଲୁ ବାଇକରେ ସତ୍ୟରଞ୍ଜମ ଧଳଙ୍କ ସହିତ ଷ୍ଟୋରଛକରୁ ଦୁର୍ଗାମନ୍ଦିର ଆଡ଼କୁ ଯାଉଥିଲେ । ଏହି ସମୟରେ କିଛି ଦୁର୍ବୃତ୍ତ ମରଣାନ୍ତକ ଆକ୍ରମଣ କରିଥିଲେ । କାଲୁକୁ ଏକ ଧାରଆ ଅସ୍ତ୍ରରେ ଆକ୍ରମଣ କରିଥିଲେ । ଫଳରେ ଘଟଣାସ୍ଥଳରେ କାଲୁର ମୃତ୍ୟୁ ହୋଇଥିଲା । ପ୍ରାଥମିକ ତଦନ୍ତରୁ ପୂର୍ବ ଶତ୍ରୁତା ହତ୍ୟାର କାରଣ ବୋଲି ଜଣାପଡିଛି। ଅସାମାଜିକ କାର୍ଯ୍ୟକଳାପରେ ଲିପ୍ତ ମୃତକଙ୍କର ଅପରାଧରେ ଜଡିତ ଥିବା ସନ୍ଦେହ କରାଯାଉଥିବା ଅନ୍ୟ ଏକ ଗୋଷ୍ଠୀ ସହିତ ବିବାଦ ଥିଲା। କାଲୁ ଜଣେ ଅପରାଧି ଶ୍ରେଣୀର ବ୍ୟକ୍ତି ଥିଲା । ତା ନାଁରେ ୧୮ଟି ଅପରାଧିକ ମାମଲା ରହିଛି । Post navigation Ghatshila Bypoll: ଝାଡ଼ଖଣ୍ଡରେ ପ୍ରଚାର କରିବେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ Kalpana Dholakia: ବିଜେଡିର ଅଣଦେଖା ରାଜେନ୍ଦ୍ର ଢୋଲକିଆଙ୍କ ମୃତ୍ୟୁର ଅନ୍ୟତମ କାରଣ: କଳ୍ପନା ଢୋଲକିଆ