ପ୍ରଥମ ଥର ପାଇଁ ମହିଳା ବିଶ୍ୱକପ୍ ଟ୍ରଫି ଜିତି ଇତିହାସ ରଚିଲା ଟିମ୍ ଇଣ୍ଡିଆ । ୨୦୨୫ ବିଶ୍ୱକପରେ ଦକ୍ଷିଣ ଆଫ୍ରିକାକୁ ୫୨ ରନରେ ହରାଇ ଚାମ୍ପିଅନ ହୋଇଛି ଭାରତ । ଏହା ସହ ମହିଳା କ୍ରିକେଟ୍ ଜଗତକୁ ମିଳିଛି ନୂଆ ବିଜେତା । ଆଜି ନଭି ମୁମ୍ବାଇର ଡିୱାଇ ପାଟିଲ ଷ୍ଟାଡିୟମରେ ୨୦୨୫ ମହିଳା ବିଶ୍ୱକପର ଫାଇନାଲ ଖେଳାଯାଇଛି। ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା । ପ୍ରଥମେ ବ୍ୟାଟିଂ କରିଥିବା ଭାରତ ପାଇଁ ଦୁଇ ଓପନର ସ୍ମୃତି ମାନ୍ଧାନା ଓ ଶେଫାଳି ବର୍ମା ପ୍ରଥମ ଓ୍ବିକେଟରେ ୧୦୪ ରନ କରି ଏକ ଭଲ ମୂଳଦୁଆ ସ୍ଥାପନ କରିଥିଲେ । ସ୍ମୃତି ୪୫ ରନ କରିଥିବାବେଳେ ଶେଫାଳି ୮୭ ରନ କରିଥିଲେ । ତେବେ ସେମିଫାଇନାଲରେ ମ୍ୟାଚ ବିଜୟୀ ଇନିଂସ ଖେଳିଥିବା ଜେମିମା ଆଜି ମାତ୍ର ୨୪ ରନ କରି ପାଭିଲିୟନ ଫେରିଥିଲେ । ତେବେ ମଧ୍ୟକ୍ରମରେ ଦିପ୍ତି ଶର୍ମା ୫୮ ରନର ଏକ ଭଲ ଇନିଂସ ଖେଳିଥିଲେ । ଅଧିନାୟିକା ହରମନପ୍ରିତ କୌର ୨୦ ରନ ଓ ରିଚା ଘୋଷ ୩୪ ରନ କରିଥିଲେ । ଭାରତ ନିର୍ଦ୍ଧାରିତ ୫୦ ଓଭରରେ ୭ ଓ୍ବିକେଟ ହରାଇ ୨୯୮ ରନ କରିଥିଲା । ଜବାବରେ ଦକ୍ଷିଣ ଆଫ୍ରିକା ୪୫.୩ ଓଭରରେ ୨୪୬ ରନରେ ଅଲଆଉଟ୍ ହୋଇଛି । Post navigation Nuapada Bypoll: ବିଜେପି ପ୍ରାର୍ଥୀଙ୍କୁ ଜିତାଇବା ନବୀନଙ୍କ ନୂଆପଡା ଗସ୍ତର ଉଦ୍ଦେଶ୍ୟ: କଂଗ୍ରେସ Amar Patnaik: ବିଜେପିରେ ସାମିଲ୍ ହୋଇପାରନ୍ତି ବିଜେଡ଼ି ନେତା ଅମର ପଟ୍ଟନାୟକ