ପବିତ୍ର ମୋହନ ସାମଲ ଆଇନ ବିଭାଗର ନୂଆ ପ୍ରମୁଖ ସଚିବ । ରାଜ୍ୟ ସରକାର ନୂଆ ଆଇନ ବିଭାଗର ପ୍ରଧାନ ସଚିବ ନିଯୁକ୍ତ କରିଛନ୍ତି। ବଲାଙ୍ଗୀର ଜିଲ୍ଲା ଓ ଦୌରା ଜଜ୍‍ ଭାବେ କାର୍ଯ୍ୟ କରୁଥିବା ଡ. ପବିତ୍ର ମୋହନ ସାମଲ ଏଣିକି ଏହି ପଦବୀ ସମ୍ଭାଳିବେ। ମାନସ ବାରିକଙ୍କ ସ୍ଥାନରେ ପବିତ୍ର ମୋହନ ସାମଲଙ୍କୁ ମିଳିଲା ନିଯୁକ୍ତି ।

ଓଡ଼ିଶା ହାଇକୋର୍ଟର ଅକ୍ଟୋବର ୨୮ ତାରିଖର ବିଜ୍ଞପ୍ତି ଅନୁଯାୟୀ, ବିଦାୟୀ ପ୍ରମୁଖ ସଚିବ ମାନସ ରଞ୍ଜନ ବାରିକଙ୍କୁ କଟକର ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାବରେ ନିଯୁକ୍ତି ଦିଆଯାଇଛି ।

ଏହାବ୍ୟତୀତ ପ୍ରଦ୍ୟୁମ୍ନ କୁମାର ନାୟକଙ୍କୁ ଜଗତସିଂହପୁରରେ ଜିଲ୍ଲା ଏବଂ ସେସନ୍ସ ଜଜ୍ ଭାବରେ ଏବଂ ଅସନ୍ତ କୁମାର ଦାସଙ୍କୁ ବ୍ରହ୍ମପୁରରେ ଜିଲ୍ଲା ଏବଂ ସେସନ୍ସ ଜଜ୍, ଅରୁଣା କୁମାର ମଲ୍ଲିକଙ୍କୁ ଭୁବନେଶ୍ୱରର ସମବାୟ ଟ୍ରିବ୍ୟୁନାଲରେ ଏବଂ ସୁନୀଲ କୌମର ରାଉତଙ୍କୁ କଟକର ସ୍ୱତନ୍ତ୍ର କୋର୍ଟରେ ସ୍ୱତନ୍ତ୍ର ବିଚାରପତି ଭାବରେ ନିଯୁକ୍ତି ଦିଆଯାଇଥିବା ନେଇ ଉଲ୍ଲେଖ କରାଯାଇଛି।

Leave a Reply

Your email address will not be published. Required fields are marked *