ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଆଜି ଅମ୍ବାଲା ବାୟୁସେନା ଷ୍ଟେସନରୁ ରାଫେଲ ଯୁଦ୍ଧ ବିମାନ ଉଡ଼ାଣ ଭରିଛନ୍ତି। ଅପରେସନ ସିନ୍ଦୂରରେ ଗୁରୁତ୍ବପୂର୍ଣ୍ଣ ଭୂମିକା ନିଭାଇଥିବା ରାଫେଲରେ ଉଡ଼ାଣ ଭାରିଛନ୍ତି ରାଷ୍ଟ୍ରପତି । ଉଡ଼ାଣ ସମୟରେ ସଶସ୍ତ୍ର ବାହିନୀର ସର୍ବୋଚ୍ଚ କମାଣ୍ଡର ଅମ୍ବାଲା ଏୟାରବେସରେ ଉପସ୍ଥିତ ରହିଛନ୍ତି। ରାଷ୍ଟ୍ରପତି ଭାବରେ କାର୍ଯ୍ୟ କରୁଥିବା ସମୟରେ ଏପିଜେ ଅବଦୁଲ କଲାମ ୮ ଜୁନ୍ ୨୦୦୬ରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ ଏବଂ ପ୍ରତିଭା ପାଟିଲ ୨୫ ନଭେମ୍ବର ୨୦୦୯ରେ ପୁଣେ ନିକଟସ୍ଥ ଲୋହେଗାଓଁ ବାୟୁସେନା ଷ୍ଟେସନରେ ସୁଖୋଇ-୩୦ ଏମକେଆଇ ଯୁଦ୍ଧ ବିମାନ ଉଡ଼ାଣ କରିଥିଲେ। ଭାରତ ଅପରେସନ୍ ସିନ୍ଦୂର ସମୟରେ ରାଫେଲ୍ ଲଢ଼ୁଆ ବିମାନ ବ୍ୟବହାର କରିଥିଲା। ଏପ୍ରିଲ ୨୨ରେ ପହଲଗାମ୍ ଆତଙ୍କବାଦୀ ଆକ୍ରମଣ ପରେ ଭାରତ ଅପରେସନ୍ ସିନ୍ଦୂର ଅଧୀନରେ ମେ ୬-୭ରେ ପାକିସ୍ତାନ ଏବଂ ପାକ୍ ଅଧିକୃତ ଜମ୍ମୁ ଏବଂ କାଶ୍ମୀରରେ ନଅଟି ଆତଙ୍କବାଦୀ ଆଡ୍ଡାକୁ ନଷ୍ଟ କରିଥିଲା। ଫରାସୀ ମହାକାଶ କମ୍ପାନୀ ଡାସଲ୍ଟ ଆଭିଏସନ୍ ଦ୍ୱାରା ନିର୍ମିତ, ରାଫେଲ୍ ଲଢ଼ୁଆ ବିମାନକୁ ସେପ୍ଟେମ୍ବର ୨୦୨୦ରେ ଅମ୍ବାଲା ବାୟୁସେନା ଷ୍ଟେସନରେ ଭାରତୀୟ ବାୟୁସେନାରେ ସାମିଲ କରାଯାଇଥିଲା। Post navigation Cyclone Montha: ନରସାପୁରରେ ଲ୍ୟାଣ୍ଡଫଲ୍ କଲା ଭୀଷଣ ବାତ୍ୟା ‘ମୋନ୍ଥା’ MaoistSurrender: ଆତ୍ମସମର୍ପଣ କଲେ ୨ ମାଓ ନେତା; ନାଁରେ ଥିଲା ଦେଢ କୋଟିରୁ ଅଧିକ ଟଙ୍କା ପୁରସ୍କାର