ବିପଦପୂର୍ଣ୍ଣ’ ବର୍ଗରେ ଦିଲ୍ଲୀରେ ବାୟୁ ଗୁଣବତ୍ତା ସୂଚକାଙ୍କ । ଦୀପାବଳି ରାତିରୁ ବଢ଼ିବାରେ ଲାଗିଛି ବାୟୁ ପ୍ରଦୂଷଣ । ଧୂଆଁର ଚାଦର ଦିଲ୍ଲୀକୁ ଘୋଡ଼ାଇ ଦେଇଛି, ଯାହାଫଳରେ ଲୋକଙ୍କ ପାଇଁ ନିଶ୍ୱାସ ନେବା କଷ୍ଟକର ହୋଇପଡିଛି। ଦିଲ୍ଲୀ-NCR ଅଞ୍ଚଳର ବିଭିନ୍ନ ସ୍ଥାନରେ AQI ୫୦୦ ପାର୍ ହୋଇଛି। ଦିଲ୍ଲୀର ନରେଲା ଅଞ୍ଚଳରେ AQI ୫୫୦ ଡେଇଁଲା । ଏହି ପରି ପରିସ୍ଥିତି ଦିଲ୍ଲୀର ବିଭିନ୍ନ ଅଞ୍ଚଳରେ ପ୍ରଦୂଷଣ ସ୍ତର ଚିନ୍ତାଜନକ ହୋଇଛି। ନରେଲା ଅଞ୍ଚଳରେ AQI ୫୫୦ରେ ପହଞ୍ଚିଛି ଏହା ସର୍ବାଧିକ ରେକର୍ଡ କରାଯାଇଛି। ଏହା ବ୍ୟତୀତ ଅଶୋକ ବିହାରରେ ବାୟୁ ଗୁଣବତ୍ତା ୪୯୩ ରେକର୍ଡ କରାଯାଇଛି। ଆନନ୍ଦ ବିହାରର AQI ୩୯୪ ରେକର୍ଡ କରାଯାଇଛି। ଦିଲ୍ଲୀ ସଂଲଗ୍ନ ନୋଏଡାରେ AQI ୩୬୯ ଏବଂ ଗାଜିଆବାଦରେ ୪୦୨ ଥିଲା, ଉଭୟ ‘ଅତ୍ୟନ୍ତ ଖରାପ’ ବର୍ଗରେ ପଡ଼ିଥାଏ। କେବଳ ଚଣ୍ଡିଗଡ଼ରେ ଏହା ୧୫୮ ଥିଲା। ଏହି ତଥ୍ୟ ଦର୍ଶାଉଛି ଯେ ଏନ୍ସିଆରରେ ବାୟୁ ଗୁଣବତ୍ତା କେତେ ଦ୍ରୁତ ଗତିରେ ଖରାପ ହୋଇଛି। କେନ୍ଦ୍ରୀୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ (ସିପିସିବି) ଅନୁଯାୟୀ, ଦୀପାବଳିରେ ଦିଲ୍ଲୀର ବାୟୁ ଗୁଣବତ୍ତା ‘ଅତ୍ୟନ୍ତ ଖରାପ’ ଏବଂ ‘ଗମ୍ଭୀର’ ବର୍ଗରେ ପହଞ୍ଚିଛି। ପ୍ରଦୂଷଣର ଏହି ସ୍ତର ଅନେକ ସ୍ୱାସ୍ଥ୍ୟ ସମସ୍ୟା ସୃଷ୍ଟି କରିପାରେ। Post navigation Weather alert: ଆସନ୍ତା ୨୪ରୁ ୨୬ ତାରିଖ ପର୍ଯ୍ୟନ୍ତ ରାଜ୍ୟରେ ପ୍ରବଳ ବର୍ଷା ସମ୍ଭାବନା Low pressure: ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର; ୩୬ ଘଣ୍ଟାରେ ଅବପାତ ସମ୍ଭାବନା