ଆଜି ଦିନ ୩ଟା ପରେ ଆମ ବସ୍ ସେବା ବନ୍ଦ । ଆଜି ପବିତ୍ର ଦୀପାବଳି। ଏହାକୁ ଦୃଷ୍ଟିରେ ରଖି CRUT କର୍ତ୍ତୃପକ୍ଷଙ୍କ ନିଷ୍ପତ୍ତି।ପୁଣି ଆସନ୍ତାକାଲିରୁ ସ୍ବାଭାବିକ ଭାବେ ଚାଲିବ ‘ଆମ ବସ୍’ । ଏ ନେଇ କ୍ୟାପିଟାଲ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ ସେ ନିଜର ଏକ୍ସ ହ୍ୟାଣ୍ଡେଲରେ ସୂଚନା ଦେଇଛି। ଦୀପାବଳି ଥିବାରୁ ବାଣ ପାଇଁ ଯାତ୍ରୀ ପରିବହନ ସେବାରେ ବାଧା ଉପୁଜିବ । ସୁରକ୍ଷାକୁ ଦୃଷ୍ଟିରେ ରଖି ଆମ ବସ୍ ପକ୍ଷରୁ ଗାଡି ଚଳାଚଳ ବନ୍ଦ ରହିବ । ସେହିପରି ଆମ ବସ୍ ସହାୟତା କେନ୍ଦ୍ର ମଧ୍ୟ ବନ୍ଦ ରହିବ । ତେବେ ୨୧ ତାରିଖ ସକାଳୁ ବସ୍ ଚଳାଚଳ ସ୍ୱାଭାବିକ ରହିବ ବୋଲି କ୍ରୁଟ ପକ୍ଷରୁ ସୂଚନା ଦିଆଯାଇଛି ।। ପୁନର୍ବାର ପୁଣି ଯେଉଁ ସମୟରେ ଯାତ୍ରୀ ଯାଉଥିଲେ ସେହି ସମୟରେ ସେମାନେ ପୁଣି ଯାତ୍ରା କରିବେ। Post navigation Ayodhya Deepotsav 2025: ଦୁଇଟି ନୂତନ ଗିନିଜ୍ ବିଶ୍ୱ ରେକର୍ଡ ସୃଷ୍ଟି କଲା ଅଯୋଧ୍ୟାରେ ଦୀପୋତ୍ସବ Nuapada By-Election: ନୂଆପଡ଼ା ଉପନିର୍ବାଚନ; ନାମାଙ୍କନ ପତ୍ର ଦାଖଲ କଲେ ବିଜେଡି ପ୍ରାର୍ଥୀ ସ୍ନେହାଙ୍ଗିନୀ ଛୁରିଆ