ନୂଆପଡ଼ା ପାଇଁ ଷ୍ଟାର ପ୍ରଚାରକ ତାଲିକା ଜାରି କଲା ବିଜେଡି। ଗତକାଲି ବିଜେପି ତାର ପ୍ରଚାର ତାଲିକା ପ୍ରସ୍ତୁତ କରିଥିବା ବେଳେ ଆଜି ବିଜେଡି ମଧ୍ୟ ତାର ପ୍ରଚାର ତାଲିକା ପ୍ରସ୍ତୁତ କରିଛି । ଏହି ଷ୍ଟାର ପ୍ରଚାରକ ତାଲିକାରେ ନବୀନ ପଟ୍ଟନାୟକଙ୍କ ସମେତ ୪୦ ଜଣ ସାମିଲ ରହିଛନ୍ତି। ଏହି ଷ୍ଟାର ପ୍ରଚାରକ ତାଲିକାରେ ୧୬ ଜଣ ବିଧାୟକ ରହିଥିବାବେଳେ, ବରିଷ୍ଠ ବିଜେଡି ନେତୀ ଦେବୀ ପ୍ରସାଦ ମିଶ୍ର, ନିରଞ୍ଜନ ପୂଜାରୀ, ପ୍ରଣବ ପ୍ରକାଶ ଦାସ ପ୍ରମୁଖ ମଧ୍ୟ ରହିଛନ୍ତି ।

ବିଜେଡି ନୂଆପଡ଼ା ବ୍ଲକ, ନୂଆପଡ଼ା ଏନ୍‌ଏସି, କୋମନା ବ୍ଲକ ଓ ଖରିଆରରୋଡ୍‌ ଏନ୍‌ଏସିରେ ଦଳର ନେତାମାନଙ୍କୁ ଦାୟିତ୍ବ ଦେଇଛି ବିଜେଡି। ନୂଆପଡ଼ା ଉପ ନିର୍ବାଚନ ପାଇଁ ବିଜେଡିର ଷ୍ଟାର ପ୍ରଚାରକ ଲିଷ୍ଟରେ ସବୁଠୁ ଉପରେ ରହିଛନ୍ତି ନବୀନ ପଟ୍ଟନାୟକ । ନବୀନ ପଟ୍ଟନାୟକଙ୍କ ସମେତ ପ୍ରସନ୍ନ ଆଚାର୍ଯ୍ୟ, ଦେବୀ ପ୍ରସାଦ ମିଶ୍ର, ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ନିରଞ୍ଜନ ପୂଜାରୀ, ସଞ୍ଜୟ ଦାସବର୍ମା, ଅରୁଣ ସାହୁ, ପ୍ରତାପ ଜେନା, ପ୍ରଣବ ପ୍ରକାଶ ଦାସ ସାମିଲ ଅଛନ୍ତି।

ସେହିପରି ଏହି ତାଲିକାରେ ଅତନୁ ସବ୍ଯସାଚୀ ନାୟକ, ପ୍ରତାପ ଜେନା, ସଂଜୟ କୁମାର ଦାସବର୍ମା, ଦିବ୍ୟଶଙ୍କର ମିଶ୍ର, କଳିକେଶ ନାରାୟଣ ସିଂହଦେଓ, ସାରଦା ନାୟକ,ପୁଷ୍ପେନ୍ଦ୍ର ସିଂହଦେଓ, ପ୍ରୀତିରଂଜନ ଘଡାଇ, ଟୁକୁନି ସାହୁ, ସୁଲତା ଦେଓ, ଲେଖାଶ୍ରୀ ସାମନ୍ତସିଂହାର, ସୁଦାମ ମାର୍ଣ୍ଣି, ଦେବେଶ ଆଚାର୍ଯ୍ୟ, ପ୍ରଦୀପ କୁମାର ଦିଶାରୀ, ସରୋଜ କୁମାର ମେହେର, ରୋହିତ ପୂଜାରୀ, ମୁନ୍ନା ଖାଁ, ବିକ୍ରମ ପଣ୍ଡା, ଭୃଗୁ ବକ୍ସିପାତ୍ର, ଯୋଗେଶ ସିଂହ, ନିରଂଜନ ବିଶି, ମନୋହର ରନ୍ଧାରୀ, ରମେଶ ମାଝୀ, ପ୍ରଦୀପ ମାଝୀ, ଅଧିରାଜ ପାଣିଗ୍ରାହୀ, ରୋମାଞ୍ଚ ରଂଜନ ବିଶ୍ବାଳ, ସୁବାସିନୀ ଜେନା, ବର୍ଷା ସିଂହ ବରିହା, ଦୀପାଳି ଦାସ, ମନୋରମା ମହାନ୍ତି, ଚିନ୍ମୟ ସାହୁ ଓ ଇପ୍ସିତା ସାହୁ ଟିମରେ ସାମିଲ ଅଛନ୍ତି ।

ଅନ୍ୟପଟେ ରାଜ୍ୟରେ ନୂଆପଡାର ପ୍ରଚାର ଜୋର ଧରିଲାଣି । ନୂଆପଡା ଉପ ନିର୍ବାଚନ ପାଇଁ ରାଜ୍ୟ ଉଠୁଛି ଆଉ ପଡୁଛି । ବିଜେଡି ଓ ବିଜେପି ନିଜ ନିଜର ଷ୍ଟାର ପ୍ରଚାରକ ତାଲିକା ଜାରି ଘୋଷଣା କରିସାରିଛନ୍ତି। ଏହି ପ୍ରଚାରକମାନେ ନୂଆପଡ଼ାରେ ବିଭିନ୍ନ ସଭା ଓ ରୋଡ ଶୋ’ରେ ଯୋଗ ଦେବେ ଏବଂ ଦଳର ବିକାଶମୂଳକ କାର୍ଯ୍ୟକ୍ରମକୁ ଲୋକଙ୍କ ଆଗରେ ଉପସ୍ଥାପନ କରିବେ।

Leave a Reply

Your email address will not be published. Required fields are marked *